Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ) : ମୋବାଇଲ ଡାଟା ପ୍ୟାକ ସହ ରିଚାର୍ଜ ଦେୟ ପ୍ରତ୍ୟାହାର କରିବା , ମୋବାଇଲ ଫୋନ ସର୍ଭିସ ପ୍ରୋଭାଇଡର ସଂସ୍ଥା ଗୁଡିକ ଉପରେ ନିୟନ୍ତ୍ରଣ ପାଇଁ ଟେଲିକମ ରେଗୁଲେଟାରୀ ଅଥରିଟି ଅଫ ଇଣ୍ଡିଆ ( TRAI) କୁ ସକ୍ରିୟ ଓ ଜନ ସ୍ୱାର୍ଥ ରେ ଭୁମିକା ପାଳନ ପାଇଁ ପଦକ୍ଷେପ ଗ୍ରହଣ କରିବା , ସରକାରୀ ଟେଲିଫୋନ ସଂସ୍ଥା ବିଏସଏନଏଲ କୁ ବନ୍ଦ କରିବାର ଚକ୍ରାନ୍ତ ନକରି ଏହି ସଂସ୍ଥା ଯେପରି ସୁଲଭ ମୂଲ୍ୟରେ ଉନ୍ନତ ସେବା ଯୋଗାଇ ପାରିବ ତା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦାବି ରେ ( AIDYO) ପକ୍ଷରୁ ପାଳନ କରାଯାଉଥିବା ସପ୍ତାହବ୍ୟାପି ସାରା ଓଡ଼ିଶା ପ୍ରତିବାଦ ପରିପ୍ରେକ୍ଷୀରେ ଆଜି ଅନୁରୂପ ଭାବେ ଅନୁଗୁଳ ଜିଲାପାଳ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସଂଗଠନ ପକ୍ଷରୁ ଟେଲିକମ ରେଗୁଲେଟାରୀ ଅଥରୀଟି ଅଫ ଇଣ୍ଡିଆ ର ଚେୟାରମ୍ୟାନ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଅନୁଗୁଳ ଜିଲାପାଳ ସିଧାର୍ତ୍ତ ଶଙ୍କର ସ୍ୱାଇଁ ଙ୍କୁ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *