ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲର ବେଆଇନ କାର୍ଯ୍ୟ, ଅଭିଭାବକ ମାନଙ୍କ ପ୍ରତି ଦୁର୍ବ୍ୟବହାର ଓ ମନମୁଖୀ ଭାବେ ବହି ବିକ୍ରି କରିବାକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି।ସ୍କୁଲ କତ୍ତୃପକ୍ଷ ସରକାରୀ ନିର୍ଦେଶକୁ ବେଖାତିର କରି ଛାତ୍ର ମାନଙ୍କର ଭବିଷ୍ୟତ ସହିତ ଖେଳୁଥିବା ଅଭିଭାବକ ମାନେ ଅଭିଯୋଗ କରିଆସୁଛନ୍ତି।ଅନୁଗୁଳର ରୋଟାରୀ ପବ୍ଲିକ ସ୍କୁଲ, ମାହାମାରୀ କରୋନା ସମୟରେ ତିନୋଟି କୋମଳ ମତି ଛାତ୍ର ଛାତ୍ରୀଙ୍କୁ ଟି.ସି ପ୍ରଦାନ କରି ସ୍କୁଲରୁ ଅମାନବିୟ ଭାବରେ ସ୍କୁଲ ରୁ ବାହାର କରି ଦେଇଥିଲେ | ଏହି ଛାତ୍ର ଛାତ୍ରୀଙ୍କ ଅଭିଭାବକ କ୍ଷୁଦ୍ର ଦୋକାନୀ ହୋଇଥିବାରୁ ସେହି କରୋନା ସମୟ ରେ ସ୍କୁଲ ଫିସ ଦେଇପାରିନଥିଲେ |ଫଳରେ ରିମା କୁମାରୀ ଗୁପ୍ତା, ବିଷ୍ଣୁ କୁମାରୀ ଗୁପ୍ତା ଓ ଆକାଶ କୁମାର ଗୁପ୍ତାଙ୍କୁ ୯.୭.୨୦୨୦ ରିଖରେ ସ୍କୁଲ କର୍ତ୍ତୃପକ୍ଷ ଜବରଦସ୍ତ ଟିସି ପ୍ରଦାନ କରି ବାହାର କରାଇ ଦେଇଥିଲେ |ଫଳରେ ଛାତ୍ର ଛାତ୍ରୀଙ୍କ ସାହତ ଅଭିଭାବକ ଶ୍ରୀମତୀ ସଂଗୀତା ଗୁପ୍ତା ଅନଗୁଳ ଥାନାରେ ଅଭିଯୋଗ ଦେବା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କେହି ଗୁହାରି ନଶୁଣିବାରୁ ଜିଲ୍ଲା ଅଭିଭାବକ ମହାସଂଘର ଦ୍ୱାରସ୍ଥ ହୋଇ ଥିଲେ |ଜିଲ୍ଲା ଅଭିଭାବକ ମହାସଂଘ ମଧ୍ୟ ବାରମ୍ବାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଶୁଣି ନଥିଲେ |ଜିଲ୍ଲା ଅଭିଭାବକ ମହାସଂଘ ଓଡିଶା ଅଭିଭାବକ ମହାସଂଘ ମିଳିତ ଭାବରେ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ଦାୟର କରିଥିଲେ |ଏଥି ରେ ମାନ୍ୟବର ଅଦାଲତ ହୃଦୟ ଙ୍ଗମ କରି କେସ ନମ୍ବର ଡବ୍ଲୁ ପି ସି ୯୫୩୧ / ୨୦୨୨ ନିର୍ଦେଶ ନାମ| ଶିକ୍ଷା ନିର୍ଦେଶକ ଓଡିଶା, ଜିଲ୍ଲା ଶିକ୍ଷା ଅଧିକାରୀ ଅନଗୁଳ, ଜିଲ୍ଲା ପାଳ ଅନଗୁଳ ଙ୍କୁ ଅଦାଲତ ରେ ଉପସ୍ଥିତ ରହି ପକ୍ଷ ରଖି କରଣ ଦର୍ଶାଇ ବାକୁ ନିର୍ଦେଶ ଜାରି କରିଛନ୍ତି | ଅଭିଭାବକ ମହାସଂଘର ଅନୁଗୁଳ ଜିଲ୍ଲା ସଂଯୋଜକ ସଞ୍ଜୀବ ପଟ୍ଟନାୟକଙ୍କ କହିବା ଅନୁଯାୟୀ ରୋଟାରୀ ପବିଳ୍କ ସ୍କୁଲ ଆର୍ଥ ଲୁଟିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହିତ ଖେଳଖେଲୁଛି। ବିଭିନ୍ନ ସମୟରେ ଅନଗୁଳ ଜିଲ୍ଲା ର ଅନେକ ସ୍କୁଲ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ର ନିର୍ଦେଶ ନାମ|, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ,ଉଚ୍ଚ ନ୍ୟାୟାଳୟ ଓ ସିବିଇସି ର ନିର୍ଦେଶ ନାମl କୁ ବେଖାତିରି କରି ଚାଲିଛନ୍ତି |ଅଭିଭାବକ ମହାସଂଘ ସ୍କୁଲ ଗୁଡିକର ବେଆଇନ କାର୍ଯ୍ୟ ବିରୋଧ ରେ ସ୍ୱର ଉଠାଇବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।ଅପରପକ୍ଷରେ ରୋଟାରୀ ପବିଳ୍କ ସ୍କୁଲର ପ୍ରିନ୍ସିପାଲଙ୍କୁ ଏହି ଘଟଣା ସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା।