Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ ଗଞ୍ଜଡା କଇଥ ସାହିରେ ଜାନୁୟାରୀ ୭ ତାରିଖ ସକାଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଚେକିଂ ଆଳରେ ମାରପିଟ୍ ଓ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗର କର୍ମଚାରୀମାନେ ଦୁଇଟି ଵଲେରୋ ଗାଡ଼ିରେ ଆସି ଗାଁର ପ୍ରଦୀପ ଦେହୁରୀଙ୍କୁ ଉଠାଇ ନେବା ସହ ତାଙ୍କ ସ୍ତ୍ରୀ ମିନତିଙ୍କୁ‌ ବାଡେଇ ଲହୁ ଲୁହାଣ କରିଦେଇଥିଲେ। ପ୍ରତିବାଦ କରିବାରୁ ମିନତିଙ୍କ ଭଉଣୀ ଲୁସିକା ପ୍ରଧାନଙ୍କୁ ମଧ୍ୟ ସେମାନେ ନିସ୍ତୁକ ପିଟିବା ସହ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ପ୍ରଦୀପ କୌଣସି ଚୋରା ମଦ କାରବାର କରୁନଥିବା ବେଳେ ତାଙ୍କ ପରିବାର ଉପରେ ଏଭଳି ଆକ୍ରମଣକୁ ପରିବାର ଲୋକେ ଏବଂ ଗ୍ରାମବାସୀ ନିନ୍ଦା କରିବା ସହ ବିଭାଗୀୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ପରେ ପରେ ସମ୍ପୃକ୍ତ ମହିଳା ମାନେ ନିକଟରେ ଥିବା ଅବକାରୀ ବିଭାଗ ର ସୁପରିଟେଣ୍ଡ ଙ୍କ କାର୍ଯ୍ୟଳୟ ଠାରେ ପହଞ୍ଚି ସମ୍ପୃକ୍ତ ଘଟଣା ବିରୁଦ୍ଧରେ ପ୍ରତିବାଦ କରିଥିଲେ ।
ଫଳରେ କିଛି ସମୟ ପାଇଁ ସେଠାରେ ଉତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା। ଜିଲା କାର୍ଯ୍ୟଳୟ କୁ ଆସିବା ପୂର୍ବରୁ ସମ୍ପୃକ୍ତ ମହିଳା ମାନେ ପୁରୁଣାକୋଟ ଥାନା ରେ ଏକ ଏତଲା ଦେଇଥିବା ଜଣାପଡିଛି । ତେବେ ଏ ନେଇ ଅବକାରୀ ବିଭାଗୀୟ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *