ଏହି ଦୁନିଆରେ ଶିଶୁର ଜନ୍ମ ୯ମାସରେ ହୋଇଥାଏ । ତଥାପି ଏପରି କିଛି ଘଟଣା ମଧ୍ୟ ଦେଖିବାକୁ ମିଳିଯାଏ, ଯେଉଁଠାରେ ଶିଶୁଟି ସାତ ବା ଆଠମାସରେ ମଧ୍ୟ ଜନ୍ମ ହୋଇଯାଏ । କିନ୍ତୁ କ’ଣ ଆପଣ ୧୧ଦିନ ଭିତରେ ଶିଶୁ ଜନ୍ମର କଥା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ, ଜଣେ ମହିଳା ୧୧ଦିନ ଭିତରେ ଶିଶୁକୁ ଜନ୍ମ ଦେଇଛନ୍ତି ଏବଂ ଶିଶୁଟି ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏହି ମାମଲା ବ୍ରିଟେନର ବ୍ରିଷ୍ଟଲ ସହରର ଅଟେ । ଖବର ଅନୁଯାୟୀ, ବ୍ରିଷ୍ଟଲ ସହରରେ ରହୁଥିବା ଏକ ଦମ୍ପତି ମାତ୍ର ୧୦ଦିନ ଭିତରେ ମା-ବାପା ହୋଇଗଲେ ।
କୁହାଯାଉଛି କି ମହିଳା ଜଣକ ଗର୍ଭବତୀ ଥିଲେ କିନ୍ତୁ ତାଙ୍କୁ ଏହି କଥା ଜଣାପଡିନଥିଲା । ଯେତେବେଳେ ତାଙ୍କୁ ଜଣାପଡିଥିଲା ସେ ଗର୍ଭବତୀ ଅଛନ୍ତି, ଏହାର ୧୧ଦିନ ପରେ ତାଙ୍କର ଛୁଆ ହୋଇଥିଲା । ନଭେମ୍ବର ମାସରେ ଏହି ମହିଳାଙ୍କୁ କରୋନା ଭାଇରସ୍ ହୋଇଯାଇଥିଲା । ଯେଉଁ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ମହିଳା, ନର୍ସ ଏବଂ ଏପରିକି ଡାକ୍ତର ମଧ୍ୟ ଜାଣିପାରିଲେ ନାହିଁ କି ସେ ଗର୍ଭବତୀ ଅଛନ୍ତି ।
୧୧ଦିନରେ ମା-ବାପା ହୋଇଥିବା ଏହି ଦମ୍ପତିଙ୍କ ନାମ ‘ସେମ ହିକ୍’ ଏବଂ ‘ଜୋଏ’ ଅଟେ । ସେମାନେ କହିଛନ୍ତି କି ହଠାତ୍ ମା-ବାପା ହେବା ଏକ ଉପହାର ପରି ଅଟେ । ଏହି ଉପହାର ମନୋରମ ଥିଲା କିନ୍ତୁ ଦୁନିଆ ଏହାକୁ ଏକ ଚମତ୍କାର ବୋଲି କହୁଛି । ବ୍ରିଷ୍ଟଲପୋଷ୍ଟରେ ପ୍ରକାଶିତ ଖବର ଅନୁଯାୟୀ, ୧ଜାନୁୟାରୀକୁ ସେମ ହିକ ସ୍ୱାମୀଙ୍କ ସହିତ ବସି ଟିଭି ଦେଖୁଥିଲେ । ସ୍ୱାମୀ ସେମ ହିକଙ୍କ ପେଟ ଉପରେ ହାତ ରଖିଥିଲେ, ସେତେବେଳେ ହଠାତ୍ ସେମଙ୍କୁ ପେଟ ଭିତରେ କିଛି ଅନୁଭବ ହେଲା କି ତାଙ୍କୁ ପେଟକୁ କେହି ଗୋଇଠା ମାରୁଛି ।
ଏହି କଥା ସେମ ଜୋଏଙ୍କୁ କହିଥିଲେ, କିନ୍ତୁ ସେ ହସରେ ଉଡେଇ ଦେଇଥିଲେ । କିନ୍ତୁ ସେମ ଜୋଏ କହିଥିଲେ କି ପରଦିନ ଗର୍ଭଧାରଣ ପରୀକ୍ଷା କରିବା ଉଚିତ୍ । ଯାହାପରେ ସେ ଏହି ଟେଷ୍ଟ କରିଥିଲେ ଏବଂ ତାଙ୍କୁ ଗର୍ଭବତୀ ହେବାର କଥା ଜଣାପଡିଲା । ରିପୋର୍ଟ ଦେଖି ଏହି ଦମ୍ପତି ଆଶ୍ଚର୍ଯ୍ୟ ହୋଇଥିଲେ କାରଣ ଡାକ୍ତରଙ୍କ ଅନୁସାରେ ସେମ ୯ ମାସ ୩ ସପ୍ତାହର ଗର୍ଭବତୀ ଥିଲେ । ଅର୍ଥାତ ତାଙ୍କ ଗର୍ଭଧାରଣ ନଅ ମାସରୁ ଅଧିକ ସମୟ ହୋଇଯାଇଥିଲା । ଏହି ଖବର ଦ୍ଵାରା ଦୁହେଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏତେ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଏହି କଥାର ଅନୁଭବ ହୋଇନଥିଲା ।
ସେମଙ୍କ ଅନୁଯାୟୀ, କରୋନା ପଜିଟିଭ୍ କାରଣରୁ ଡାକ୍ତରଖାନାରେ ଯେତେବେଳେ ସେ ଭର୍ତ୍ତି ହୋଇଥିଲେ, ସେତେବେଳେ ବି ଜଣାପଡିଲା ନାହିଁ ଯେ ସେ ଗର୍ଭବତୀ ଅଟନ୍ତି । ଯେତେବେଳେ କି ସେହି ସମୟରେ ତାଙ୍କର ସମସ୍ତ ଟେଷ୍ଟ କରାଯାଇଥିଲା । ଏଥିସହିତ ଡାକ୍ତର କହିଥିଲେ କି କୌଣସି ମୁହୂର୍ତ୍ତରେ ଡେଲିଭରି ହୋଇପାରେ । ୧୦ଦିନ ପରେ ତାଙ୍କ ଘରେ ଏକ ପ୍ରିୟର ଶିଶୁକନ୍ୟା ଜନ୍ମ ନେଇଥିଲା ।
ଏହି ଦମ୍ପତି ଖୁସିରେ ନିଜ ଝିଅର ସ୍ୱାଗତ କରିଥିଲେ ଏବଂ ଝିଅର ନାମ ‘ଜୁଲିଆ’ ରଖିଥିଲେ । ସେମ ଏବଂ ଜୋଏଙ୍କର ପ୍ରଥମରୁ ୨ଟି ଛୁଆ ଅଛନ୍ତି । ଏହି ଅଦ୍ଭୁତ କାହାଣୀର ଚର୍ଚ୍ଚା ବହୁତ କରାଯାଉଛି । କାରଣ ବୋଧହୁଏ ଏହା ପ୍ରଥମ ଏପରି ଘଟଣା ଯେଉଁଠାରେ ଜଣେ ମହିଳାଙ୍କୁ ୯ମାସ ପର୍ଯ୍ୟନ୍ତ ଏହା ଜଣାପଡିଲା ନାହିଁ କି ସେ ଗର୍ଭବତୀ ଅଟନ୍ତି ।