Spread the love

ଅନୁଗୁଳ(ସୁବ୍ରତ ପଟ୍ଟନାୟକ) : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଶନିବାର ଦିନ କଳା ଦିବସ ପାଳନ ଅବସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |1975ମସିହା ଜୁନ 25ତାରିଖ ଆଜିର ଦିନରେ ତତ୍କାଳୀନ କଂଗ୍ରେସ ସରକାର ର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାତୀୟ ଏମରଜେନସି ଘୋଷଣା କରିଥିଲେ, ଫଳରେ ସ୍ୱାଧୀନତା ର ଅଧିକାର କ୍ଷୁର୍ଣ ହୋଇଥିଲା,ଲକ୍ଷ ଲକ୍ଷ ଲୋକ ଙ୍କୁ ବିନା ଦୋଷରେ ବନ୍ଦୀ କରାଯାଇ ଅତ୍ୟାଚାରିତ କରାଯାଇଥିଲା,ବୋଲି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଵକ୍ତା ଭାବେ ଯୋଗ ଦେଇ ବିଜେପି ରାଜ୍ୟ ସମ୍ପାଦକ ପ୍ରକାଶ କରିଥିଲେ |ଏବଂ କଂଗ୍ରେସ ସରକାର ସମୟରେ ସବୁବେଳେ ଗଣତନ୍ତ୍ର କୁ ହତ୍ୟା କରା ଯାଇଛି ବୋଲି ସେ ପ୍ରକାଶ କରିଥିଲେ |ମୁଖ୍ୟ ଅତିଥି ତଥା ସେହି ଏମରଜେନସି ସମୟରେ ନିଶା ଆଇନ ବଳରେ ଛଅ ମାସ ତିନି ଦିନ ବନ୍ଦୀ ଯାତନା ଭୋଗ କରିଥିବା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଏହି କାର୍ଯ୍ୟକ୍ରମ ରେ ସୋମ୍ବର୍ଦ୍ଧିତ କରାଯାଇଥିଲା |ଡିଲେଶ୍ୱର ପ୍ରଧାନ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଶ୍ୱରଂଜନ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୁଦ୍ଧିଜୀବୀ ସମ୍ମିଳନୀ ରେ ସମାଜସେବୀ ସ୍ୱପ୍ନା ଷଡ଼ଙ୍ଗୀ, ଡ଼ ସୁଧାକର ପାଲ, ଅଭୟ ରାୟ, ଶଶୀଭୁଷଣ ପାଣି, ଅର୍ଜୁନ ମୁଦୁଲି, ନିଜାର ଅଲ୍ଲୀ ଦାମାନୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇ କଳା ଦିବସର ତାତ୍ପର୍ଯ୍ୟତା ଉପରେ ମତ ରଖିଥିଲେ |କଂଗ୍ରେସ ସରକାର ତଥା ଇନ୍ଦିରା ଗାନ୍ଧୀ ନିଜର ସୁରକ୍ଷା ତଥା କ୍ଷମତା ଲୋଭ ପାଇଁ ସମ୍ବିଧାନ କୁ ମଧ୍ୟ ଦଳି ଚକୋଟି ଦେବାକୁ ପଛାଇ ନ ଥିଲେ ଏବଂ ନିଜ ପାଇଁ ଆଇନ ତିଆରି କରିଥିଲେ ସେ ବିଷୟରେ ଏହି ସମ୍ମିଳନୀ ରେ ମତ ପ୍ରକାଶ ପାଇଥିଲା |ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ,ଅମୀୟ ତ୍ରିପାଠୀ, ପ୍ରକାଶ ମହାରଣା,ବିଶ୍ୱଜିତ ମିଶ୍ର, ବିଜୟ ମାଝୀ, ବସନ୍ତ ମଞ୍ଜରୀ ପ୍ରଧାନ,ପ୍ରମୋଦ ଗଡ଼ନାୟକ, ଦିଲ୍ଲୀପ ଦାସ, ସମୋନାଥ ରାଉତ,, ସରିତା ମିଶ୍ର, ସୁଲୋଚନା ଦ୍ବିବେଦୀ ସ୍ନେହଲତା ମହାରଣା, ରୋଜା ଲୀନ ଦାସ, ପ୍ରତିମା ମିଶ୍ର, ଚନ୍ଦ୍ରକାନ୍ତ ଧଳ, ସମୀର ପରିଡା ଙ୍କ ସମେତ ସାମ୍ବାଦିକ, ଆଇନଜୀବୀ, ଶିକ୍ଷାବିତ ଓ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *