Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ) : ଆଜି ଅପରାହ୍ନ ୫ଘଟିକା ସମୟରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ମୁନସିପାଲଟି ଅଫିସ ସମ୍ମୁଖରେ ସୋମନାଥ ସିଂ ଜୟଦେବଙ୍କ ପ୍ରତିମୂର୍ତ୍ତି ନିକଟରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାନିଙ୍କ ଭାରତୀୟ ଜାତୀୟ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପବିତ୍ର ଲୋକସଭା ଗୃହରେ ଅପମାନ ସୂଚକ ଶବ୍ଦ ପ୍ରୟୋଗ କରି କ୍ଷମା ମାଗିବାକୁ ଯେଭଳି ଭାବେ ଅଡି ଧରି ବସିଲେ, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ହୃଦୟଙ୍ଗମ କରି ଶ୍ରୀମତୀ ଇରାନିଙ୍କ ଉଦ୍ଦେଶ୍ୟରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତ ରଞ୍ଜନ ନାଏକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ଇରାନିଙ୍କ ଲୋକ ଦେଖାଣିଆ ନିଜର କ୍ଷୁର୍ଣ୍ଣ ଭାବମୂର୍ତ୍ତୀକୁ ବଞ୍ଚାଇବାକୁ ଯାଇ ଗୃହରେ ଉପସ୍ଥିତ ନ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଯେଭଳି ଭାବରେ ବାରମ୍ବାର କ୍ଷମା ମାଗିବା ପାଇଁ ଅଡି ବସିଲେ ଓ ଆଶାଳୀନ ମନ୍ତବ୍ୟ ଦେଲେ, ତାହା ଅତ୍ୟନ୍ତ ନିନ୍ଦନୀୟ। ଏହି ବିକ୍ଷୋଭରେ ବିଭିନ୍ନ ସ୍ଳୋଗାନ ଦେବା ସହ ଶ୍ରୀମତୀ ଇରାନିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଓବିସି ସେଲ ସଭାପତି ଶ୍ରୀ ପ୍ରବୋଧ କୁମାର ସ୍ବାଇଁ ଆହ୍ବାନ କରିଥିବା ବେଳେ ଜିଲ୍ଲା କଂଗ୍ରେସ ଉପସଭାପତି ତପନ କୁମାର ପ୍ରଧାନ, ରାଜ୍ୟ ଏସସି ସେଲ ଆବାହକ ଟିକନ ବେହେରା, ଜିଲ୍ଲା ମହିଳା ସଭାନେତ୍ରୀ ତପସ୍ଵିନୀ ବିଶ୍ବାଳ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ଜିଲ୍ଲା ସାଧାରଣ ସମ୍ପାଦକ ବଲବିର ସିଂ, ରାକେଶ ମିଶ୍ର, କୋଷାଧ୍ୟକ୍ଷ ସଞ୍ଜିବ କୁମାର ମାଣ୍ଡୋଠିଆ, ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ ମାଝୀ ,ମହିଳା ନେତ୍ରୀ ଅଳକା ମହାପାତ୍ର, ସମ୍ପାଦକ ରଶ୍ମି ରଞ୍ଜନ ସାହୁ, ସଂଗ୍ରାମ ବେହେରା, ଅଭିଷେକ ନାୟକ, ସୋଭିଏତ ମହାପାତ୍ର ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *