ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକ ମାନଙ୍କର ମୌଳିକ ଦାବି ଗୁଡିକ ସମାଧାନ କରିବାରେ ରାଜ୍ୟ ସରକାରଙ୍କର ଉଦାସୀନତା ବିରୋଧରେ ଆଜି ରାଜ୍ୟ ବ୍ୟାପୀ ଦାବି ଦିବସ କରାଯାଇଥିବା ବେଳେ ଅନୁଗୋଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ କର୍ମଚାରୀ ଓ ଶିକ୍ଷକମାନଙ୍କ ସମସ୍ୟା ଗୁଡ଼ିକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ପ୍ରଶାସନର ପ୍ରମୁଖ ଅଧିକାରୀ ମାନଙ୍କର ଲଗାତାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରାଜ୍ୟ ସରକାର ସମସ୍ୟା ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭ ଗ୍ୟଜନକ ବିଷୟ ବୋଲି ଖୋଲା ଖୋଲି କହିଛନ୍ତି l କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ ବର୍ଷର ମହଙ୍ଗା ଭତ୍ତା,ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, କେନ୍ଦ୍ର ସରକାରଙ୍କର ବର୍ଦ୍ଧିତ 3 ପ୍ରତିଶତ ମହଙ୍ଗା ଭତ୍ତା ଜାନୁଆରି ମାସରୁ ଲାଗୁ କରିଥିଲେ ମଧ୍ଯ ରାଜ୍ଯ ସରକାର ଏପର୍ଯ୍ୟନ୍ତ ଲାଗୁ ନ କରିବା ଏମିତି 7 ଦଫା ଦାବି ନେଇ ଆଜି ଅନୁଗୋଳ ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l