ତାଳଚେର(ଶୁଭଲକ୍ଷ୍ନୀ ଦାସ):ତାଳଚେର ଦେଉଳବେଡା ମଙ୍ଗଳମ ଠାରେ ବୁଧବାର ଭାରତ ସରକାର ଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଉଦ୍ୟୋଗୀ ହେବା ପାଇଁ ଏକ ଦିନିକିଆ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ କୁ ବିଜେପି ରାଜ୍ୟ ସମ୍ପାଦକ ତଥା ଏନଏସଆଇସି ଡାଇରେକ୍ଟର କାଳନ୍ଦୀ ସାମଲ ଉଦଘାଟନ କରି ଉଦ୍ୟୋଗୀ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପାର ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ପ୍ରକାଶ କରିଥିଲେ |ଖଣି ଖାଦାନ ଭରା ଅନୁଗୁଳ ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ସୃଷ୍ଟି ପାଇଁ ଅପାର ସମ୍ଭାବନା ରହିଛି,ମୋଦୀ ସରକାର ଆସିଲା ପରେ ଯୁବକ ଯୁବତୀ, ଏସସି ଏସଟି ତଥା ମହିଳା ମାନଙ୍କ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ବିଶେଷ ସୁଯୋଗ ସୃଷ୍ଟି ହୋଇଛି,ମହିଳା ଓ ଯୁବକ ମାନେ ଉଦ୍ୟୋଗୀ ହେଲେ ନିଯୁକ୍ତି ସୃଷ୍ଟି କରିବା ଏବଂ ଆତ୍ମନିର୍ଭର ହେବା ସହ ଦେଶକୁ ମୋଦୀ ଙ୍କ ସ୍ବପ୍ନର ଆତ୍ମନିର୍ଭର ଭାରତ ଗଠନ ରେ ସହାୟକ ହୋଇ ପାରିବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ |ଆଜି ଏହି କାର୍ଯ୍ୟକ୍ରମ ରେ ଏନଏସଆଇସି ର ମୁଖ୍ୟ ପ୍ରବନ୍ଧକ ସୁବାଶିଷ ଦାସ ଯୋଗ ଦେଇ ଉଦ୍ୟୋଗୀ ହେବା ପାଇଁ ତଥା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଭାରତ ସରକାର ଙ୍କର ସମସ୍ତ ଯୋଜନା ଏବଂ ତାକୁ କିଭଳି ରୂପାୟନ ହୋଇ ପାରିବ ସେ ବିଷୟରେ ବିସ୍ତୃତ ଭାବେ ବୁଝାଇ ଥିଲେ |ଏ ଅଂଚଳରୁ ବହୁ ଶିଳ୍ପଦ୍ୟୋଗୀ କିପରି ହୋଇ ପାରିବେ ସେ ବିଷୟରେ ଏହି କର୍ମଶାଳା ରେ ବିଶେଷ ଭାବେ ଆଲୋଚନା ହୋଇଥିଲା |କ୍ଷୁଦ୍ର ଶିଳ୍ପ ନିଗର ର ଅନେକ ଅଧିକାରୀ ଙ୍କ ସହ ଏହି କାର୍ଯ୍ୟକ୍ରମ ରେ ଶତାଧିକ ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ |