Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆରୋମା ମିଶନ କାର୍ଯ୍ୟକ୍ରମ ଉପରେ ଏକ ସଚେତନତା ସହ ପ୍ରଶିକ୍ଷଣ ଶିବିର ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ପବିତ୍ର ମୋହନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ସମ୍ବିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ ଭାବେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ, ସିଏସଆଇଆର ଓ ସିଆଇଏମଏ ପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ଡ଼ା ଦେବେନ୍ଦ୍ର ପ୍ରଧାନ, ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ମୃଦୁଳା ପ୍ରଧାନଙ୍କ ସମେତ ଉଭୟ ସିଏସଆଇଆର ଓ ସିଆଇଏମଏପି ର ବରିଷ୍ଠ ଅଧିକାରୀ ମାନେ ପ୍ରଦୀପ ପ୍ରଜ୍ବଳନ କରି ଉଧାଘଟନ କରିଥିଲେ ।

ତୃତୀୟ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ପିଏମଆଇଟି ପରିସର ରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ଥର ବିଶେଷ ଭାବେ ମହିଳା ମାନଙ୍କୁ ନେଇ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି ଯୋଜନା କ୍ରମରେ କିଭଳି ମହିଳା ମାନେ କେବଳ ଘର ଭିତରେ ଆବଧ ହୋଇ ନ ରହି , ବରଂ ଏହି ଯୋଜନା କୁ ପାଥେୟ କରି କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସେମାନଙ୍କ ଦକ୍ଷତା ବିକାଶ ସହ ପ୍ରଶିକ୍ଷଣ ର ଆବଶ୍ୟକତା ଉପରେ ଆୟୋଜିତ କର୍ମଶାଳା ରେ ମତ ପ୍ରକାଶ ପାଇଥିଲା ।

ଘରେ ରହି କିଭଳି ମହିଳା ମାନେ ରୋଜଗାର କ୍ଷମ ହୋଇପାରିବେ ଏଥି ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ଶିବିରରେ ସାମିଲ କରାଯାଇଥିଲା । ବିଶେଷ ଭାବେ ଧୂପକାଠି , ଫିନାଇଲ ଓ ସାବୁନ କିଭଳି ଭାବେ ପ୍ରସ୍ତୁତ କରି କିଭଳି ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇ ପାରିବେ ଏଥି ନିମନ୍ତେ ଉଭୟ ସିଏସଆଇଆର ଓ ସିଆଇଏମଏପି ର କାର୍ଯ୍ୟକାର୍ତ୍ତ ମାନେ ପ୍ରଶିକ୍ଷଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *