Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): କିଛିଦିନ ର ଅନ୍ତରାଳ ରେ ସାତକୋଶିଆ ଅଭୟାରଣ୍ୟ ରେ ପୁଣି ଏକ ଦନ୍ତା ହାତୀ ହାରିଛି ଜୀବନ । ବୟସାଧିକ ବା ରୋଗାକ୍ରାନ୍ତ ଯୋଗୁଁ ନୁହେଁ ବରଂ ବରାହା ଶିକାର ପାଇଁ ଶିକାରୀ ଙ୍କ ପକ୍ଷରୁ ବିଛା ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀ ଟିର ମୃତ୍ୟୁ ହୋଇଥିବା କୁହାଯାଉଛି।
ଏହି ଘଟଣା ଟି ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ପମ୍ପାସର ରେଞ୍ଜ ର ଜଗନ୍ନାଥପୁର ଠାରେ ଘଟିଛି । ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୨୦୦ ମିଟର ବ୍ୟବଧାନ ରେ ଥିବା ଏକ ଆମ୍ବବଗିଚା ରେ ହାତୀ ମରି ପଡିଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବନ ବିଭାଗ ର ଅଧିକାରୀ ମାନେ ପହଞ୍ଚିଛନ୍ତି । ହାତୀ ଟି ପ୍ରାୟ ତିନି ରୁ ଚାରି ଦିନ ପୂର୍ବେ ମାରିଥିବା ଅନୁମାନ କରାଯାଇଥିବା ବେଳେ ଇତି ମଧ୍ୟରେ ମୃତ ହାତୀ ଟିର ପଞ୍ଚନାମା ସହ ବ୍ୟବଚ୍ଛେଦ କରାଯାଇଛି । ପରେ ଜେସିବି ସାହାଯ୍ୟରେ ଏକ ବଡ଼ ଗାତ ଖୋଳାଯାଇ ସେଥିରେ ମୃତ ହାତୀ ଟିର ମୃତ ଦେହ କୁ ପୋତିଦିଆଯାଇଛି । ମୃତ ହାତୀ ଟି ଅଣ୍ଡିରା ହୋଇଥିବା ବେଳେ ତାର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେପଟେ ସମ୍ପୃକ୍ତ ସ୍ଥାନ ରୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର କୁ ଜବତ ସହ ମୃତ ହାତୀ ର ଦାନ୍ତ କୁ ବନ ବିଭାଗ ନିଜ ଅଧିନ କୁ ନେଇଛି । ଏହି ଘଟଣା ରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ସେମାନଙ୍କୁ ପମ୍ପାସର ରେଞ୍ଜ କାର୍ଯ୍ୟାଳୟ ପଚରା ଉଚରା କରୁଛନ୍ତି ବନ ଅଧିକାରୀ । ଅନ୍ୟ ପଟେ ବନ ଅଧିକାରୀ ମାନେ ନିଜ ଦାଇତ୍ୱ ଠିକଣା ବାଟେ ନିର୍ବାହ ନକରି ନିରୀହ ଲୋକ ଙ୍କୁ ଗିରଫ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଘଟଣା ନେଇ ସ୍ଥାନୀୟ ଡିଏଫଓ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ କ୍ୟାମେରା ଦେଖି ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଯାହା ଅଧିକ ସଂଶୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *