ଅନୁଗୋଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅନୁଗୋଳ ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର, ଗନ୍ଧୀମାର୍ଗ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ପ୍ରକାଶ ଥାଉ କି ଜୁନ ୫ରୁ ୮ ଚାରି ଦିନ ଧରି ବାରିପଦା ସ୍ଥିତ ସାଇ ବିଦ୍ୟା ମନ୍ଦିର ଠାରେ ପ୍ରାନ୍ତ ଅଭ୍ୟାସ ବର୍ଗ ସମ୍ପର୍ଣ୍ଣ ହୋଇଯାଇଅଛି । ଏହି ପ୍ରାନ୍ତ ଅଭ୍ୟାସ ବର୍ଗ ରେ ବିଦ୍ୟାର୍ଥୀ ପରିଷଦର ଆଗାମୀ ଏକ ବର୍ଷର ଯୋଜନା ସ୍ଥିର ହେବା ସହିତ ସାରା ଓଡ଼ିଶାରେ ଏକ ଲକ୍ଷ ଚାଳିଶ ହଜାର ସଦସ୍ୟତା ଲକ୍ଷ୍ୟ ସ୍ଥିର କରାଯାଇଅଛି। ଏହି ଅଭ୍ୟାସ ବର୍ଗ ରେ ଓଡ଼ିଶା ପୂର୍ବ ପ୍ରାନ୍ତର ପାଖାପାଖି ୨୩ ଟି ସାଂଗଠନିକ ଜିଲ୍ଲାରୁ ୨୫୦ରୁ ଅଧିକ ବିଦ୍ୟାର୍ଥୀ ମାନେ ଯୋଗ ଦେଇଥିଲେ।
ରାୟଗଡ଼ା ରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ବିଭିନ୍ନ ସାଂଗଠାନିକ ଜିଲ୍ଲା ଏବଂ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ଯୋଗ ଦେଇଥିବା ବିଦ୍ୟାର୍ଥୀ ମାନେ ଏହି ପ୍ରାନ୍ତ ଅଭ୍ୟାସ ବର୍ଗ ରେ ବିଦ୍ୟାର୍ଥୀ ପରିଷଦ ର ଲକ୍ଷ୍ୟ,ଉଦ୍ଦେଶ୍ୟ,ବିଚାର ବିଷୟରେ ପ୍ରଶିକ୍ଷିତ ହେବା ସହିତ ଆଗାମୀ ଏକ ବର୍ଷର ସାଂଗଠାନିକ ଯୋଜନା ବିଷୟରେ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି । ଏହି ଅବସରରେ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଦାୟିତ୍ଵ ମଧ୍ୟ ଘୋଷଣା କରାଯାଇଅଛି। ପ୍ରାନ୍ତ ଅଭ୍ୟାସ ବର୍ଗ ଅବସରରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ୧୦,୦୦୦ ସଦସ୍ୟତାର ଲକ୍ଷ୍ୟ ସ୍ଥିର କରାଯାଇଛି। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ କୁ ନେଇ ସରକାରଙ୍କ ଘୋଷଣା କୁ ବିଦ୍ୟାର୍ଥୀ ପରିଷଦ ସ୍ବାଗତ କରିବା ସହିତ ଏହି ବର୍ଷ ଓଡ଼ିଶା ସାରା ଯେତେ ବି କ୍ୟାମ୍ପସ ରେ ଛାତ୍ର ସଂସଦ ନିର୍ବାଚନ ହେବ ସେ ସମସ୍ତ କ୍ୟାମ୍ପସ ରେ ବିଦ୍ୟାର୍ଥୀ ପରିଷଦ ପୂର୍ଣ୍ଣ ଶକ୍ତି ସହ ଏବଂ ସଂଗଠିତ ଭାବରେ ଲଢ଼ିବା ସହିତ ବିଜୟ ର ଧ୍ଵଜା ମଧ୍ୟ ଉଡ଼ାଇବ।
ଏହି ଅବସରରେ ଅନୁଗୋଳ ଜିଲ୍ଲା ରୁ ଦାଇତ୍ୱ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ଢେଙ୍କାନାଳ ବିଭାଗ ପ୍ରମୁଖ ଭାବେ ଅଧ୍ୟାପକ ମୁରଲୀ କିଶରୀ ଜେନା ମଣି ସାର,ବିଭାଗ ସହ ପ୍ରମୁଖ ଭାବେ ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ, ବିଭାଗ ସଂଯୋଜକ ଭାବେ ଅରୂପ ପଟ୍ଟନାୟକ,ବିଭାଗ ସହ ସଯୋଜକ ଭାବେ ଆଶିଷ କୁମାର ବେହେରା, ଭିଭାଗ ଖେଳ ଭାରତ ପ୍ରମୁଖ ଭାବେ ସୁମନ ସାହୁ,
ଅନୁଗୋଳ ଜିଲ୍ଲା ପ୍ରମୁଖ ଭାବେ ଅଧ୍ୟାପକ ଅବିନାଶ ଦୁବେ, ଅନୁଗୋଳ ଜିଲ୍ଲା ସଂଯୋଜକ ଭାବେ ଉମେଶ ବାଘ, ଜିଲ୍ଲା ସହ-ସଂଯୋଜକ ଭାବେ ଯୋଗେଶ କୁମାର ସାହୁ, ସାଇ ବିଗ୍ନେଶ ସାହୁ ଏବଂ ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟ କରିବା ପାଇଁ ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ ଙ୍କୁ ପ୍ରମୁଖ ଦାଇତ୍ୱ ଗ୍ରହଣ କରିଅଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଢେଙ୍କାନାଳ ବିଭାଗ ସହ ସଂଯୋଜକ ଆଶିଷ କୁମାର ବେହେରା, ବିଭାଗ ଖେଳ ଭାରତ ପ୍ରମୁଖ ସୁମନ ସାହୁ, ଅନୁଗୋଳ ଜିଲ୍ଲା ସଂଯୋଜକ ଉମେଶ ବାଘ, ଅନଗୁଳ ଜିଲ୍ଲା ଖେଳ ଭାରତ ପ୍ରମୁଖ ସୁମନ ସାହୁ , ଅନୁଗୋଳ ନଗର sfd ପ୍ରମୁଖ ଶୁଭଙ୍କର ଦେହୁରୀ ବିଶେଷ ଭାବରେ ଉପସ୍ଥିତ ଥିଲେ।