Spread the love

ଅନୁଗୋଳ: ପୁରୀରେ ଆଜି ରଥଯାତ୍ରା ଅନୁଷ୍ଠିତ ହେଉଛି। ଏଥିପାଇଁ ବଡ଼ଦାଣ୍ଡରେ ତିନି ରଥ ସିଂହଦ୍ୱାରରେ ଉପସ୍ଥିତ ଅଛନ୍ତି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜିନ୍ଦଲ ଷ୍ଟିଲ ଲିମିଟେଡ଼ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସେପଟେ ଗତକାଲି ସନ୍ଧ୍ୟାରେ ଦକ୍ଷିଣ ମୋଡ଼ କରାଯାଇ ପ୍ରଭୁଙ୍କୁ ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ପୁରୀରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଆପଣା ଯାଇଛି। ଏବଂ କିଛି ସମୟ ପରେ ପହଣ୍ଡି ଆରମ୍ଭ ହେବ। ଏହି ସମୟରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଭକ୍ତଙ୍କ ଭିଡ଼ ଲାଗିବା ଆରମ୍ଭ ହୋଇଛି। ଏପରିକି ପୁରୀକୁ ଆସୁଥିବା ବିଭିନ୍ ରାସ୍ତାରେ ମଧ୍ୟ ଗାଡ଼ି ମଟର ବଢ଼ିବାରେ ଲାଗିଛି। ଏହାକୁ ଆଖିଆଗରେ ରଖି ପୁରୀରେ ପୁଲିସ ପକ୍ଷରୁ ବିଭିନ୍ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବା ସହ ସାଧାରଣ ରାସ୍ତାରେ ପରିବର୍ତ୍ତନ କରାଯାଇଛି।

ପୁରୀ ପୁଲିସର ସୂଚନା ଅନୁସାରେ ଦିନ ୨ଟା ପରେ ପୁରୀରେ ଗାଡ଼ି ମୋଟର ଭିଡ଼ ବଢ଼ିବ। ସକାଳ ୬ଟାରୁ ୧୦ଟା ଯାଏ ନିମ୍ନ ଟ୍ରାଫିକ ଏବଂ ୧୦ଟାରୁ ୨ଟା ଯାଏ ମଧ୍ୟ ଧରଣର ଟ୍ରାଫିକ୍‍ ବ୍ୟବସ୍ଥା ରହିବ। ହେଲେ ରାତି ୧୨ଟା ଯାଏ ପ୍ରବଳ ଗହଳି ରହିବ ବୋଲି ଆଶଙ୍କା କରାଯାଇଛି। କେଉଁ ସ୍ଥାନରେ ପାର୍କିଂ କରିବେ, କେଉଁ ରାସ୍ତା ଦେଇ ଆପର ପୁରୀକୁ ଯିବେ ଏବଂ ମୁଖ୍ୟ ରାସ୍ତାକୁ ବାହାରିବେ ସେଥିଲାଗି ପୁଲିସ ପକ୍ଷରୁ ଟେକ୍ନୋଲୋଜି ସହାୟତା ନିଆଯାଇଛି। ଏଥିରେ ହ୍ୱାଟ୍ସଆପ୍‍ ବି ସହାୟକ ହୋଇଛି। ପୁଲିସ ପ୍ରଶାସନ ପକ୍ଷରୁ ଡ୍ରୋନ୍‍ ଦ୍ୱାରା ଟ୍ରାଫିକ୍‍ ଅନୁଧ୍ୟାନ କରାଯାଉଛି। ଏହାସହ ବିଭିନ୍ନ ସ୍ଥାନରେ ଏଲ୍ଇ୍ଡି ବ୍ୟବସ୍ଥା କରାଯାଇ ଯାତ୍ରୀଙ୍କୁ ସ୍ପଷ୍ଟ ସଜୀବ ଚିତ୍ର ଦେଖାଇବାକୁ ବ୍ୟବସ୍ଥା ହୋଇଛି। ୨୭୫ରୁ ଅଧିକ ସିସିଟିଭି କ୍ୟାମେରା ଦ୍ୱାରା ପୁରୀକୁ ଆସୁଥିବା ପ୍ରତିଟି ରାସ୍ତା ଉପରେ ନଜର ରଖାଯାଇଛି। ଏଥିଲାଗି ଏକ ଆଧୁନିକ ନିୟନ୍ତ୍ରଣ କକ୍ଷ ମଧ୍ୟ ନିର୍ମାଣ କରାଯାଇଛି। ପୁରୀ-ଭୁବନେଶ୍ୱର ଏବଂ ପୁରୀ-କୋଣାର୍କ ରାସ୍ତାକୁ ଏଥିପାଇଁ ନଜରରେ ରଖାଯାଇଛି।

ପୁଲିସ ପକ୍ଷରୁ ସୋଶାଲ ମିଡିଆରେ ମଧ୍ୟ ଅପଡେଟ୍‍ କରାଯାଉଛି। ଏଣୁ ପୁଲିସର ହ୍ୟାଣ୍ଡଲକୁ ଫଲୋ କରିଲେ ଆପଣ ସବିଶେଷ ଅପଡେଟ୍‍ ପାଇପାରିବେ। କେଉଁ ଜାଗାରେ ଆଗକୁ ଗହଳି ହେବାକୁ ଯାଉଛି ସେଥିଲାଗି ମଧ୍ୟ ଏଆଇ ଆଧାରିତ ସୂଚନା ଦେବାକୁ ପ୍ରଶାସନ ପ୍ରସ୍ତୁତ ରହିଛି।

ଏଥିଲାଗି ଏକ ସ୍ୱତନ୍ତ୍ର ମୋବାଇଲ୍‍ ଆପ୍‍ ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଛି। ଏହାକୁ ମୋବାଇଲ୍‍ ଫୋନରେ ଡାଉନଲୋଡ କରି ଟ୍ରାଫିକ ବ୍ୟବସ୍ଥା ବାବାଦରେ ଜାଣି ପାରିବେ।
ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ୨୦୫ ପ୍ଲାଟୁନ ପୁଲିସ ମୁତ୍ତୟନ କରାଯାଇଛି। ୨୧ ଜଣ ଆଇପିଏସ୍‍ ଏବଂ ୧୨୦୦ ଅଧିକାରୀଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଦାୟିତ୍ୱ ଦିଆଯାଇଛି। ୩୦୦ ଘରୋଇ ସୁରକ୍ଷା କର୍ମୀ ଏଜେନ୍ସୀକୁ ମଧ୍ୟି ନିୟୋଜନ କରାଯାଇଛି। ୬ଟି କାର୍ଯ୍ୟାନ୍ୱୟନ ଦଳ ଗଠନ କରାଯାଇ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳାକୁ ଧ୍ୟାନ ଦିଆଯଯାଇଛି।

Leave a Reply

Your email address will not be published. Required fields are marked *