ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ ବହୁତ୍ ସମସ୍ୟା ଲାଗି ରହିଛି। କେଉଁଠି ଶ୍ରେଣୀ ଗୃହ ନାହିଁ ତ ଆଉ କେଉଁଠି ଶିକ୍ଷକ ନାହାନ୍ତି ପୁଣି କିଛି ବିଦ୍ୟାଳୟ ରେ ପାଣି ସମସ୍ୟା ଅଛି। ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକରେ ବିଭିନ୍ନ ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତିlଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଭାଗିରଥିପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ତିନି ବର୍ଷ ହେବ ଜଳ ସମସ୍ୟା ଲାଗି ରହିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମଶ୍ରେଣୀ ଯାଏ ଥିବାବେଳେ ପ୍ରାୟ 250 ପିଲା ଶିକ୍ଷାଅଧ୍ୟୟନକରୁଛନ୍ତି।ବିଦ୍ୟାଳୟ ପରିସର ରେ ପାଣି ପାଇପ୍ ର ବ୍ୟବସ୍ଥା କରାଯାଇଛି। ପୁରୁଣା ନଳକୂପ ରେ ପାଣି ପମ୍ପ ଲଗାଯାଇଛି କିନ୍ତୁ ପାଣି ବହାରୁ ନାହିଁ। ବିଦ୍ୟାଳୟ ପରିସର ରେ ଏକ ନଳକୂପ ଅଛି ଯାହାକି ପାଣି ବହୁତ୍ କମ୍ ଆସୁଛି ଏବଂ ପାଣି ମାଡ଼ିବା ପାଇଁ ରୋଷେୟା ମନଙ୍କୁ ବହୁତ୍ କଷ୍ଟ କରିବାକୁ ପଡୁଛି। ସେମାନେ କହିବା ଅନୁସାରେ ଗୋଟେ ବାଲଟି ପାଣି ନଳକୂପ ରୁ ବାହାରିବା ପାଇଁ ୧୦ ରୁ ୧୫ ମିନିଟ୍ ସମୟ ଲାଗିଥାଏ ଏବଂ ସେହି ପାଣି ବ୍ୟବହାର ଉପଯୋଗୀ ନୁହେଁ ବୋଲି କହିଛନ୍ତି। ଆସନ୍ତା ମାସ ଠାରୁ ରୋଷେଇ ଆରମ୍ଭ ହେବ କିପରି ରୋଷେଇ କରିବେ ଚିନ୍ତାରେ ଅଛନ୍ତି। ସ୍କୁଲ୍ ରେ ଥିବା ପାଇଖାନା ରେ ତାଲା ଝୁଲୁଛି ପାଣି ନାହିଁ ବୋଲି ବ୍ୟବହାର ହୋଇ ପାରୁ ନଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କହିଛନ୍ତି।