Spread the love

ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡ଼ା): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ତଥା ମହାମହିମ ରାଷ୍ଟ୍ରପତିଙ୍କ ବାସ ଭଵନରୁ ମାତ୍ର ୩ କିମି ଦୂରରେ ଦୂର ଦାଣ୍ଡବୋଷ,ଆନନ୍ଦପୁର ଏବଂ କଣ୍ଟାବଣି ଗ୍ରାମର‌୪୫୩ ଏକର ଜମିରୁ ବର୍ତ୍ତମାନ ଏବଂ ଆଗକୁ ୩୫୦ ଏକର ଜମି ଅଧିଗ୍ରହଣ ହେବାର ପ୍ରସ୍ତାବ ରହିବା ରେ ସରକାରୀ ଓ ବେସରକାରୀ ମୂଲ୍ୟବାନ ଜମି ଉପରେ ରୁଙ୍ଗଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡର ପ୍ରସ୍ତାବିତ ଲୌହ କାରଖାନା ପାଇଁ ପ୍ରଶାସନିକ ସ୍ତରରେ ଜମି ଅଧିଗ୍ରହଣ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ।ଏହାକୁ ନେଇ ଗ୍ରାମବାସୀମାନେ ବାସହରା, ହେବା ସହ ଜୀବନ ଜୀବିକା ବ୍ୟାପକ ଭାବରେ ପ୍ରଭାବିତ ହେବା ନେଇ ଗ୍ରାମବାସୀମାନେ ପ୍ରତିବାଦ ଓ ବିରୋଧ କରୁଛନ୍ତି ।ଏଠାରେ ଶିଳ୍ପାୟନ ବିରୋଧ ନେଇ ଗ୍ରାମବାସୀ ତହସିଲଦାର, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର କରିଛନ୍ତି ।ସରକାର ପେଷା ଆଇନ ଉଲ୍ଲଂଘନ, ଅଣଦେଖା ଓ ଉପେକ୍ଷା କରିଛନ୍ତି ।ବିନା ଗ୍ରାମ ସଭାରେ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମଙ୍ଗଳବାର ଦିନ(୧୮/୧୦/୨୨) କେନୂ ଜନଶକ୍ତି ଓ ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ରାଇରଙ୍ଗପୁରରୁ ବାସିଙ୍ଗି ଯାଉଥିବା ବେଳେ ବହୁସଂଖ୍ୟାରେ ଦାଣ୍ଡବୋଷ, ଆନନ୍ଦପୁର ଏବଂ କଣ୍ଟାବଣି ଗ୍ରାମର ଆଦିବାସୀ ପୁରୁଷ ,ମହିଳା ନିଜ ପାରଂପରିକ ଆଦିବାସୀ ବେଶଭୂଷାରେ ଦାଣ୍ଡବୋଷ ଛକରେ ଥିବା ହୋଇ କେନ୍ଦ୍ରମନ୍ତ୍ରୀଙ୍କୁ ରୁଙ୍ଗ୍ଟା ଶିଳ୍ପାୟନ ବିରୋଧୀ ନେଇ କୋହଭରା, ଅସନ୍ତୋଷ ପ୍ରକାଶ କରିଥିଲେ । ଶିଳ୍ପାୟନ ହେଲେ ସେମାନେ କିଭଳି ଜୀବନ ଜୀବିକା ହରାଇବେ କହିଥିଲେ ।ତଦସହ ଏହି ଦାଣ୍ଡବୋଷ ଗ୍ରାମ ହେଉଛି ଅଲଚିକି ଲିପି ସ୍ର‌ଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଐତିହ୍ୟ ଜନ୍ମସ୍ଥାନ ଓ ସମାଧି ସ୍ଥଳ ।ଏହା ମଧ୍ଯ କେନ୍ଦ୍ର ସରକାରଙ୍କ ଅମୃତ ବର୍ଷଉପଲକ୍ଷେ ଐତିହ୍ୟ ସ୍ଥାନ ହେବାକୁ ଯାଉଛି । ଆଦିବାସୀ ଙ୍କ ଅସ୍ମିତାର ପରିଚୟ ଏହି ଗ୍ରାମ। ତଦସହ ଆଦିବାସୀଙ୍କ ମା’ମାଟି ଓ ମାନୁ ପାଇଁ ଲଢି ଶହୀଦ ହୋଇଥିବା ଶହୀଦପୀଠ ଗୁଣ୍ଡୁରିଆ ଅବସ୍ଥିତ ଯେଉଁ ସ୍ଥାନକୁ ଲାଗି ପ୍ରସ୍ତାବିତ ଶିଳ
ପ ହେବ ।ତଦସହ ଗୋରିଆ ନଦୀର ଜଳକୁ ଶୋଷିନେବ ପ୍ରସ୍ତାବିତ ଶିଳ୍ପ ।ପାଣି ପାଇଁ ଆଗକୁ ଡହଳ ବିକଳ ହେବେ ରାଇରଙ୍ଗପୁର ସହରବାସୀ । ଏହିସବୁକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଶାସନ ଏବଂ କମ୍ପାନୀ ସହ ଆଲୋଚନା କରିବେବୋଲି କହିଥିଲେ ।ପୁରୁଣା ପାଣି ପୂର୍ବତନ ସରପଂଚ ମାନସିଂହ ଟୁଡୁ,ସାଲୁ କିସ୍କୁ,କିଶୁନ ହେମ୍ବ୍ରମ,ଶଙ୍କର ଚରଣ କିସ୍ କୁ,ବୀର ସୁନ୍ଦର ମାର୍ଣ୍ଡୀ,ବୁଢ଼ାର ମାର୍ଣ୍ଡୀ,ମାଧବ ଚରଣ ମାର୍ଣ୍ଡୀ ,ରାଜା ମୁର୍ମୁ,ପେଷା ସଂଘ ସଭାପତି ବାଲିଆ ମାର୍ଣ୍ଡୀ ପ୍ରମୁଖ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *