ତାଳଚେର : ତାଳଚେରବାସୀଙ୍କର ବହୁ ଦିନର ଆଶା ପୂରଣ ହେବା ପାଇଁ ଯାଉଛି, ଆସନ୍ତା ମେ 23 ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ଆଉ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ। ତାଳଚେର ପୁରୁଣା ଯୁବରାଜ ହାଇସ୍କୁଲଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବା ସହ ତାଳଚେର କଲେଜ ରେ ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପୂର୍ବରୁ ବିଜେଡି ସରକାର ଚକ୍ରାନ୍ତ କରି କେନ୍ଦ୍ରୀୟ ବିଦ୍ୟାଳୟ କରାଇ ଦେଉନଥିଲା।
ଆଜି ଡବଲ ଇଂଜିନ ସରକାର ଆସିବା ପରେ ଏ ମାଟିର ଗର୍ବ ଗୌରବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦେଇଥିବା ପ୍ରତିଶୃତି ଆଜି ପାଳନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ କରିବା ପରେ ତାଳଚେର କଲେଜ ପଡିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ସେଠାରୁ ଅପରେସନ ସିନ୍ଦୂରକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ସେନାକୁ ଗୌରବାନ୍ୱିତ କରିବା ଉଦ୍ଦେଶ୍ୟରେ ଏକ ବିରାଟ ପରାକ୍ରମ ଶୋଭାଯାତ୍ରାରେ ତ୍ରିରଙ୍ଗା ଧରି ସହର ପରିକ୍ରମା କରି ହାଟତୋଟା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସହିଦ ସ୍ତମ୍ଭଠାରେ ସମ୍ମାନ ଜଣାଇବେ କେନ୍ଦ୍ରମନ୍ତ୍ରୀ। ଉକ୍ତ କାର୍ଯ୍ୟକ୍ରମ ପାଇଁ ତାଳଚେର ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଆଜି ବୁଧବାର ମଙ୍ଗଳମ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି।
ସମସ୍ତ ବୁଥ ସ୍ତରରୁ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ହଜାର ହଜାର ସଂଖ୍ୟାରେ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ରୂପରେଖ ପ୍ରସ୍ତୁତ କରାଯାଇଥିଲା।ବିଧାନସଭା ସଂଯୋଜକ ରତ୍ନାକର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ପ୍ରସ୍ତୁତି ବୈଠକରେ ବରିଷ୍ଠ ନେତା ବିରଞ୍ଚି ପାଣି, ଚୈତନ୍ୟ ପ୍ରଧାନ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଲୋକନାଥ ସାହୁ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ବୃନ୍ଦାବନ ବେହେରା, ବରୁଣ ସାହୁ ନିରଞ୍ଜନ ପ୍ରଧାନ, ମନୋଜ ପ୍ରଧାନ, ବିଭୁତି ସାହୁ, ରଙ୍ଗାଧର ନାହାକ, ପୁପୁନା ଦାସ, ଜସ୍ମିନ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ସୌମ୍ୟ ପ୍ରସାଦ ଖୁଣ୍ଟିଆ, ସୁବାସ ପ୍ରଧାନଙ୍କ ସମେତ ବିଭୀଧ କ୍ଷେତ୍ରର କାର୍ଯ୍ୟକର୍ତାମାନେ ମନ୍ତ୍ରୀଙ୍କର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମତ ପ୍ରଦାନ କରିଥିଲେ।ଶେଷରେ ବରିଷ୍ଠ ନେତା ରାଜେନ୍ଦ୍ର ସିଂହ ଧନ୍ୟବାଦ ଦେଇଥିଲେ।ତାଳଚେର ବିଧାନସଭାର ସମସ୍ତ ମଣ୍ଡଳର ସଭାପତି, ବରିଷ୍ଠ ନେତା ଓ ବିଭୀଧ କ୍ଷେତ୍ରର ଶତାଧିକ କାର୍ଯ୍ୟକର୍ତ୍ତାଉପସ୍ଥିତ ଥିଲେ।