ଭୁବନେଶ୍ୱର: ଏନଟିଇପି ଓ ପିରାମଲ ସ୍ୱାସ୍ଥ୍ୟ ଆନୁକୁଲ୍ୟରେ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲମୋହନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ଡାଃ ରାଉତରାୟ ଜିଲ୍ଲାରେ ଯକ୍ଷ୍ମା ରୋଗୀ ଅନ୍ୱେଷଣ ଏବଂ ନିରାକରଣରେ ପିରାମଲ ସ୍ୱାସ୍ଥ୍ୟର ସମୟ ଉପଯୋଗୀ ଭାଗୀଦାରୀ କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ଶିବିରରେ ଜିଲ୍ଲାର ୧୧ଟି ବ୍ଲକ ରୁ ପାରାମେଡିକସ ଏବଂ କମ୍ୟୁନିଟି ମୋବିଲାଇଜର ପ୍ରଶିକ୍ଷଣ ନେଇ ଥିଲେ। ଏହି ଶିବିରକୁ ଏଡିପିଏଚଓ(ଟିବି) ଡ ଶ୍ରବଣ କୁମାର ସାହୁକାରସଂଚାଳନ କରିଥିଲେ। ଡିପିସି ନବୀନ କୁମା ମହାନ୍ତି ଉପସ୍ଥିତ ରହି ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ସମ୍ୟକ୍ ଆଲୋଚନା କରିଥିଲେ। ପିରାମଲ ସ୍ୱାସ୍ଥ୍ୟ ତରଫରୁ ଡିପିଏସ ଭବାନୀ ଶଙ୍କର ପଣ୍ଡା, ଡିପିଏଲ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।