Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଆଠମଲ୍ଲିକ ଥାନା ଅନ୍ତର୍ଗତ ପୁରୁଣା ମାଣତ୍ରୀ ପଞ୍ଚାୟତ ହିଙ୍ଗ୍ ମଣ୍ଡଳ ପେଣ୍ଡାବସା ସାହିର ପ୍ରକାଶ ବିଶ୍ଵାଳ ଙ୍କ ସ୍ତ୍ରୀ ବିଳାସ ବିଶ୍ଵାଳ ବାସନ୍ଦ ହୋଇଥିବା ନେଇ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ ସରଂକ୍ଷିତ ଜଙ୍ଗଲ କଟାକୁ ନେଇ ହିଙ୍ଗ୍ ମଣ୍ଡଳ ଓ ପେଣ୍ଡାବସା ସାହି ମଧ୍ଯରେ ବିବାଦ ଲାଗିଥିଲା l ଯାହାଫଳରେ ପେଣ୍ଡାବସା ସାହିରେ ବାସ କରୁଥିବା 12 ଘର ଲୋକମାନେ ଗ୍ରାମର ଅନ୍ୟ କୌଣସି ଲୋକ ସହିତ ମିଳାମିଶା ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ବିଳାସ ସାହୁ ତାଙ୍କ ମା ଙ୍କର ଶୁଦ୍ଧି କ୍ରିୟା ପାଇଁ ହିଙ୍ଗ୍ ମଣ୍ଡଳ ଗ୍ରାମରୁ ଏକ ଅଟୋ ଭଡା କରି ଯାଇଥିଲେ l ବିଳାସ ବିଶ୍ଵାଳ କାହିଁକି ଅଟୋ ନେଇ ଥିବାରୁ ପେଣ୍ଡାବସା ସାହି ର ସଭାପତି ସନ୍ତୋଷ ପ୍ରଧାନ ଓ ସମ୍ପାଦକ ବିପିନ ସାହୁ 5000 ଟଙ୍କା ଜୋରିମାନା କରିଛନ୍ତି l କିନ୍ତୁ 5000 ଟଙ୍କା ଦେଇ ନ ପାରିବାରୁ ନିଆଁ, ପାଣି, ସର୍ବ ସାଧାରଣ ରାସ୍ତା, ଏବଂ ପୂଜା ଓ ପର୍ବପର୍ବାଣୀରେ ଏକ ଘରିଆ କରିଦେଇଛନ୍ତି l ଏ ବାବଦରେ ଯଦି କୌଣସି ସରକାରୀ ସ୍ତରୀୟ ବିଭାଗକୁ ଜଣାଇଲେ ଦଣ୍ଡ କୁ ଆହୁରି ଚାରି ଗୁଣା କରିବୁ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି l

Leave a Reply

Your email address will not be published. Required fields are marked *