ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନାଲକୋ ଆଲୁମିନିୟମ ପାର୍କ ରେ ନିବେଶକ ଙ୍କୁ ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ର ସ୍ୱତନ୍ତ୍ର ଯୋଜନା ଆଡ଼ଭାନଟେଜ ଅନୁଗୁଳ ଆଜି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ତ୍ରିପାଠୀ ଆଲୁମିନିୟମ ପାର୍କ ର ଉପାଦୟକୁ ଦେଶରେ ଉପସ୍ଥାପନ କରିବା ସହ ଷ୍ଟିଲ ଓ କୋଇଲା ର ଗନ୍ତାଘର କୁହାଯାଉଥିବା ଅନୁଗୁଳ ଓ ତାଳଚେର ରେ ଉପଲବ୍ଧ ସମ୍ବଳର ସୁଦର ପ୍ରସାରି କରାଯିବା ନେଇ ଗୁରୁତ୍ୱାରୋପ କରିଥିଲେ । ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଚାଲିବ ଆଡ଼ଭାନଟେଜ ଅନୁଗୁଳ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଆଲୁମିନିୟମ ଓ ଷ୍ଟିଲ ସମ୍ପର୍କିତ ନିବେଶ ପାଇଁ ଭିତ୍ତିଭୂମି ଓ ସୁଯୋଗ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ପ୍ରଥମ ଦିନରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 67 ଜଣ ଉଦ୍ୟୋଗୀ ଅଂଶ ଗ୍ରହଣ କରିଥିଲେ।। ସେହିପରି ଦ୍ୱିତୀୟ ଦିନରେ ହେବ ଖଣି ଓ ଶିଳ୍ପାଞ୍ଚଳ ନେଇ ହେବ ବିସ୍ତୃତ ଆଲୋଚନା ।
ଆଲୁମିନିୟମ ପାର୍କରେ ୨୨୦ ଏକର ପରିମିତ ଜାଗାରେ ଶିଳ୍ପ ପାର୍କ ହେବ । ଏହାଛଡା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ୩୦୦ ଏକର ଜମି ଅଧିଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲାପାଳ ସିଧାର୍ତ୍ତ ସଙ୍କର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ସେପଟେ ଜିଲାପାଳ ଙ୍କ ପକ୍ଷରୁ କରାଯାଇଥିବା ଉନ୍ନତ ମାନର ପ୍ରସ୍ତୁତି କୁ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ।