Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନବ ନିର୍ମିତ ତାଳଚେର ମେଡ଼ିକାଲ କଲେଜ ର ପରିଚାଳନା କୁ ନେଇ ତାଳଚେର ବାସୀ ଙ୍କ ହଲାବୋଲ । ତୁରନ୍ତ ତାଳଚେର ମେଡ଼ିକାଲ କଲେଜ କୁ ରାଜ୍ୟ ସରକାର ପରିଚାଳନା କରିବାକୁ ଦାବି କଲା ତାଳଚେର ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ବାରମ୍ବାର ଦାବି ଉତାପାନ ସତ୍ତ୍ୱେ ଶୁଣିଲେନି ରାଜ୍ୟ ସରକାର । ବାଧ୍ୟ ହୋଇ ଦଳ ମତ ନିର୍ବିଶେଷରେ ତାଳଚେର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦେଲେ ଧାରଣା । ସାମିଲ ହେଲେ ବିଭନ୍ନ ସଂଗଠନ ର ପ୍ରମୁଖ ସଦସ୍ୟ । ନିଷ୍ପତ୍ତି ହେଲା ଆଉ ରାଜ୍ୟ ସରକାର ଙ୍କୁ ୧୫ ଦିନିଆ ଦିଆଗଲା ଅଲଟିମେଟମ , ସିଧାସିଧା ଶୁଣାଇ ଦିଆଗଲା ସମସ୍ୟା ର ସମାଧାନ ନ ହେଲେ କରାଯିବ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ।
ଶିଳ୍ପ ବହୁଳ ଅନୁଗୁଳ ଜିଲା ସମେତ ଢେଙ୍କାନାଳ ଓ ବିଶେଷ ଭାବେ ତାଳଚେର ବାସୀ ଭିନ୍ନ ଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ଲୋକ ଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ତାଳଚେର ଠାରେ ଏକ ଏକ ଅତ୍ୟାଧୁନିକ ମାନର ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ କଲେ କେନ୍ଦ୍ର ସରକାର । ବିଶେଷ ଭାବେ ଏମସିଏଲ ର ସିଏସଆର ଫଣ୍ଡ ରୁ ପ୍ରାୟ ୧୦୦୦ କୋଟି ବିନିମୟରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ ହେଲା । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୫୦୦ କୋଟି ବିନିମୟରେ ନିର୍ମାଣ ହେଲା ପ୍ରକଳ୍ପ । ମେଡ଼ିକାଲ କଲେଜ ପରିଚାଳନା ପାଇଁ ରାଜ୍ୟ ସରକାର ସହମତି ଜଣାଇଲେ । ଏଥିପାଇଁ ଉଭୟ ଏମସିଏଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ହେଲା ।
ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଦେଲେ ପଛଘୁଞ୍ଚା । ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ତାଳଚେର ବାସୀ ।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତ । ଏମଓୟୁ ଅନୁସାରେ ରାଜ୍ୟ ସରକାର କରନ୍ତୁ ମେଡ଼ିକାଲ କଲେଜ ର ପରିଚାଳନା ।
ତାଳଚେର ମେଡ଼ିକାଲ କଲେଜ ହେବ ସମ୍ପୃକ୍ତ ଖଣି ଖତିଗ୍ରସ୍ତ ଙ୍କ ପାଇଁ ଲାଇଫ ଲାଇନ । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଏହି ଜନ କଲ୍ୟାଣ କାରୀ ଯୋଜନା କରିଥିବା ବେଳେ ତାଳଚେର ବାସୀ ଙ୍କ ପ୍ରଶ୍ନ ଏହି ସମ୍ବେଦନଶୀଳ ପ୍ରସଙ୍ଗ ରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *