Spread the love

ଅନୁଗୁଳ(ସୁବ଼ତ ପଟ୍ଟନାୟକ):ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଗ୍ରସ୍ତ କରି ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ମଙ୍ଗଳବାର ନୂଆଦିଲ୍ଲୀ ରେଳ ଭବନ ଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭେଟି ଅନୁଗୁଳ ରେଳ ଷ୍ଟେସନ କୁ ଏକ ଉର୍ଣ୍ଣତ ମାନର ସମସ୍ତ ସୁବିଧା ଥିବା ଆଧୁନିକ ରେଳ ଷ୍ଟେସନ କରିବା ,ତାଳଚେର ଅନୁଗୁଳ ଲୁପ ଲାଇନ କାର୍ଯ୍ୟକୁ ତୁରନ୍ତ କରାଇବା,ଅନୁଗୁଳ ଜିଲ୍ଲାର ମୋବାଇଲ ଟାୱାର ନଥିବା ଗ୍ରାମ ପଞ୍ଚାୟତ ରେ ଟାୱାର ବସାଇବା ବିଶେଷ ଭାବେ କିଶୋର ନଗର ବ୍ଲକ ର ଜାମୁନାଳୀ,କଣ୍ଟେଇ କୋଳିଆ, ପୂରୁଣା କୋଟ, କୋଡାଭୁଇଁ,ବଳଙ୍ଗ, ଜଗନ୍ନାଥ ପୁର ତିକର ପଡା, ପ୍ରଭୁତି ସ୍ଥାନରେ ତୁରନ୍ତ ମୋବାଇଲ ଟାୱାର ବସାଇବା, ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟକୁ ଖୁବଶୀଘ୍ର ସମ୍ପାଦନା କରିବା, ସମ୍ବଲପୁର ପୁରୀ ଇଣ୍ଟରସିଟି କୁ ବାମୁର ଠାରେ ରହଣି କରାଇବା, ଅନୁଗୁଳ ପୁରୀ ପାସେଞ୍ଜର କୁ ବାମୁର ପର୍ଯ୍ୟନ୍ତ ଏକ୍ସଟେନସନ କରାଇବା ଇତ୍ୟାଦି ଦାବୀ ନେଇ ଏକ ଦାବୀପତ୍ର ଦିଆଯାଇଛି।ରେଳମନ୍ତ୍ରୀ ଖୁବଶୀଘ୍ର ଏଥିପ୍ରତି ଗୁରୁତ୍ୱ ଦେଇ ଏ ଦିଗରେ କାର୍ଯ୍ୟ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ।ଅନୁଗୁଳ ରେଳ ଷ୍ଟେସନ କୁ ଅତ୍ୟାଧୁନିକ ରେଳ ଷ୍ଟେସନ କରାଯିବା ସହ ତାଳଚେର ଅନୁଗୁଳ ଲୁପ ଲାଇନ ପାଇଁ ଅର୍ଥ ବ୍ୟବସ୍ଥା ଥିଲେ ମଧ୍ୟ ଜମି ଅଧିଗ୍ରହଣ କାର୍ଯ୍ୟ ରାଜ୍ୟ ସରକାର ଙ୍କ ସହ ରେଳ ବିଭାଗ କଥା ହୋଇ ଏ ଦିଗରେ ତୁରନ୍ତ ନିଷ୍ପତି ନିଆଯିବ ବୋଲି ଶ୍ରୀ ବୈଷ୍ଣବ ପ୍ରକାଶ କରିଥିଲେ।ସମସ୍ତ ଦାବୀ ଗୁଡିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଜିଲ୍ଲା ସଭାପତି ଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ,ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *