Spread the love

ଅନୁଗୁଳ: ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅନୁଗୁଳ ଆଗମନ ଦିବସ ପାଳିତ । ରାଷ୍ଟ୍ରୀୟ ଯୁବା ସଂଗଠନ ଓ ବାଜି ରାଉତ ଛାତ୍ରାବାସ ସମେତ ଗାନ୍ଧୀ ପ୍ରେମୀ ଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି ୮୮ ତମ ଗାନ୍ଧୀ ଙ୍କ ଅନୁଗୁଳ ଆଗମନ ଦିବସ । ଇତିହାସ ରେ ବର୍ଣ୍ଣିତ ରହିଛି ଅସ୍ପୃସତ୍ୟ ଦୂରୀକରଣ ନିମନ୍ତେ ବାପୁ ଆଜି ର ଦିନରେ ୧୯୩୪ ମସିହାରେ ଅନୁଗୁଳ ଆସିଥିଲେ । ସହର ର ହୁଳୁରୁସିଂହା ଛକ ଦେଇ ରାଣୀ ଗୋଡା ଆମ୍ବତୋଟା ରେ ପହଞ୍ଚି ପ୍ରାୟ ୨୦ ହଜାର ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେଇଥିଲେ ମହାତ୍ମା ଗାନ୍ଧୀ । ଅନେକ ଝଡ଼ ଝଞ୍ଜା ଭିତରେ ମଧ୍ୟ ସଂପ୍ରଣ ହୋଇଥିଲା ବାପୁ ଙ୍କ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
ବାପୁ ଙ୍କ ସେହି ଗସ୍ତ କୁ ଉଜିବିତ କରି ରଖିବା ପାଇଁ ପ୍ରତ୍ୟକ ବର୍ଷ ଆୟୋଜିତ ହୋଇଥାଏ । ମହାତ୍ମା ଙ୍କ ଅନୁଗୁଳ ଆଗମନ ଦିବସ ।
ଏହି କ୍ରମରେ ଆଜି ମଧ୍ୟ ଏହି ଦିବସ ଟିର ସ୍ମୃତି ଚାରଣ ସ୍ୱରୂପ , ଆୟୋଜକ ଙ୍କ ପକ୍ଷରୁ ଅନୁଗୁଳ ପୌର କାର୍ୟ୍ଯଳୟ ସମ୍ମୁଖରୁ ଏକ ପଦ ଯାତ୍ରା ବାହାରି ସିମିଳିପଡା ଠାରେ ଅବସ୍ଥାପିତ ଜାତିର ଜନକ ଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା । ସେଠାରେ ପୁଷ୍ପ ମାଲ୍ୟ ସହ ଶ୍ରଦ୍ଧା ସୁମନ ଜ୍ଞାପନ ପରେ ସ୍ଥାନୀୟ ଦୁର୍ଗା ମଣ୍ଡପ ସମୁଖରେ ସର୍ବ ଧର୍ମ ପ୍ରାଥନା ଅନୁଷ୍ଠିତ ହୋଇଥିଲା ।
ପରେ ପରେ ଉପସ୍ଥିତ ଅତିଥିମାନେ ଗାନ୍ଧୀ ତତ୍ୱ ଓ ଗାନ୍ଧୀ ଙ୍କ ଅନୁଗୁଳ ଆଗମନ ଦିବସ ଉପରେ କରିଥିଲେ ଆଲୋକପାତ ।

Leave a Reply

Your email address will not be published. Required fields are marked *