ଅନୁଗୋଳ: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ତପସ୍ଵିନୀ ବିଶ୍ବାଳଙ୍କୁ ଶୁକ୍ରବାର ନିଯୁକ୍ତ କରିଥିବା ବେଳେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ରାଜ୍ୟ ଉପ-ସଭାନେତ୍ରୀ ଭାବେ ସବିତା ଧୀର ଓ ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ନଗର ସଭାନେତ୍ରୀ ଭାବେ କସିଦା ବିବି (ଖାନ୍)ଙ୍କୁ ନିଯୁକ୍ତି ମିଳିଛି। ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ଆଗାମୀ ଦିନରେ ସଂଗଠିତ ହୋଇ ମହିଳାମାନଙ୍କ ବିଭିନ୍ନ ସମସ୍ୟାକୁ ଠିକ୍ ଭାବରେ ଉପସ୍ଥାପିତ କରି ପାରିବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା ଆଶାବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ ଏକ ପ୍ରେସ ବିବୃତ୍ତି ଜରିଆରେ ସୂଚନା ପ୍ରଦାନ କରିଛନ୍ତି।