ତାଳଚେର (ସୁବ୍ରତ ପଟ୍ଟନାୟକ): ପଞ୍ଚାୟତ ନିର୍ବାଚନ ରେ ଓବିସି ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ ରେ ତାଳଚେର ବିଜେପି ପକ୍ଷରୁ ବ୍ଲକ ଅଫିସ କୁ ଘେରାଉ କରିବା ସହ ପ୍ରତିବାଦ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କରାଯାଇଛି।ଗୁରୁବାର ତାଳଚେର ବ୍ଲକ ଅଫିସ କୁ ଘେରାଉ କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗ ଦେଇ ସମଗ୍ର ରାଜ୍ୟରେ ୫୪ପ୍ରତିଶତ ରୁ ଉର୍ଦ୍ଧ ଓବିସି ଥିବାବେଳେ ଯାହାଙ୍କ ସଂଖ୍ୟା ଅଢେଇକୋଟି ଅଟେ।ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ହାଇକୋର୍ଟ ରେ ଠିକ୍ ଭବେ ସରକାର ପକ୍ଷ ନରଖିପାରିବାରୁ ଓବିସି ବର୍ଗ ସଂରକ୍ଷଣ ପାଇ ପାରିନାହାନ୍ତି।ତେବେ ଗତ ପାଞ୍ଚ ବର୍ଷରେ ସତେଇସି ପ୍ରତିଶତ ଓବିସି ମାନଙ୍କ ସଂରକ୍ଷଣ ରହିଥିଲା କିନ୍ତୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗ ପ୍ରତି ବୈମାତୃକ ମନୋଭାବ ହେତୁ ଉକ୍ତ ବର୍ଗ ନିର୍ବାଚନରେ ଭାଗ ନେବା ନେଇ ଦ୍ୱନ୍ଦ ରେ ଅଛନ୍ତି।ମଧ୍ୟ ପ୍ରଦେଶ ,ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟ ରେ ଦ୍ବାରସ୍ଥ ହୋଇଥିବାବେଳେ ଓଡ଼ିଶା ଏ ସମ୍ପର୍କରେ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ଉଚ୍ଚ ନ୍ୟାୟାଳୟ ନିଷ୍ପତି ଆଳ ଦେଖାଇ ରାଜ୍ୟ ସରକାର ଓବିସି ବର୍ଗ ଆଗାମୀ ନିର୍ବାଚନରେ ବଞ୍ଚିତ କରିବାକୁ ଉଦ୍ୟମ କରୁଛନ୍ତି। ବହୁ ବିଳମ୍ବରେ ଗଠିତ ଓବିସି କମିଶନ ର ନିଷ୍କ୍ରିୟତା ହେତୁ ଓବିସି ବର୍ଗ ତାର ପରିଣାମ ଭୋଗୁଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ଵ କରିବା ପାଇଁ ପଛୁଆ ବର୍ଗଙ୍କୁ ଯେଉଁ ସାମ୍ବିଧାନିକ ଅଧିକାର ଦିଆଯାଇଛି ତାହା ସୁନିଚିତ କରିବା ପରେ ପଞ୍ଚାୟତ ନିର୍ବାଚନ କରାଯାଉ ବୋଲି ଶ୍ରୀ ସାମଲ ପ୍ରକାଶ କହିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଇଂ ମାନସ ରଞ୍ଜନ ଆଚାର୍ଯ୍ୟ, ନିରଞ୍ଜନ ପ୍ରଧାନ, ଚୈତନ୍ୟ ପ୍ରଧାନ, ରଙ୍ଗାଧର ନାହାକ, ବରୁଣ ସାହୁ, ନରେନ୍ଦ୍ର ସାହୁ, ଅଜୟ ଗୋଛାୟତ,କାଳନ୍ଦୀ ପ୍ରଧାନ,ମନୋଜ ପ୍ରଧାନ, ସୁଫଳା ପୃଷ୍ଟି, ସଂଯୁକ୍ତା ମହାରଣା, ସହଦେଵ ସାହୁ, ବିଭୂତି ସାହୁ ଉପ ସଭାପତି ଅବିସି ମୋର୍ଚ୍ଚା, ପୁଲିନ ବିହାରୀ ନାୟକ, ହରମୋହନ ପ୍ରଧାନ, ଜିତେନ୍ଦ୍ର ଦାସ, ଯଶୋବନ୍ତ ଦାସ,ବିନାୟକ ଜେନା, ମିଲି ପ୍ରଧାନ, ମଦନ ମୋହନ ପ୍ରଧାନ, ଭୁବନ ବେହେରା, ସାଧାରଣ ସମ୍ପାଦକ ଅବିସି ମୋର୍ଚ୍ଚା ରେଳ ମଣ୍ଡଳ, ଉର୍ମିଳା ଦେହୁରୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।