Spread the love

Angul News:ଅନୁଗୁଳ: ଯୁଦ୍ଧଖୋର୍ ସାମ୍ରାଜ୍ୟବାଦୀ ଆମେରିକା ମଦତ୍ରେ ଜିଓନିଷ୍ଟ ଇସ୍ରାଏଲ ପାଲେଷ୍ଟାଇନ୍ ଓ ଲେବାନନ୍ ଉପରେ ଚଳାଇଥିବା ବର୍ବର ଆକ୍ରମଣ ଓ ଯୁଦ୍ଧ ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଆଜି ଦେଶବ୍ୟାପୀ ଯୁଦ୍ଧ ବିରୋଧୀ ପ୍ରତିବାଦ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଅପରାହ୍ନରେ ସ୍ଥାନୀୟ ରାଜାଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ତୀର୍ଥବାସୀ ଭୋଇ, ସଞ୍ଜୟ ସାହୁ ପ୍ରମୁଖ ବକ୍ତବ୍ୟ ଦେଇ ସାମ୍ରାଜ୍ୟବାଦୀ ଆମେରିକାର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଇସ୍ରାଏଲ ଏକ ବର୍ଷରୁ ଉଦ୍ଧ୍ୱର୍ ହେବ ପାଲେଷ୍ଟାଇନ୍ ଉପରେ ଭୟଙ୍କର ଆକ୍ରମଣ ଓ ଯୁଦ୍ଧ ଚଳାଇ ହଜାର ହଜାର ନିଷ୍ପାପ ଶିଶୁ ସମେତ ଲକ୍ଷ ଲକ୍ଷ ନିରୀହ ମଣିଷକୁ ହତ୍ୟା କରିଛି । ଯୁଦ୍ଧ ଫଳରେ ଲକ୍ଷ ଲକ୍ଷ ମଣିଷ ଘରଦ୍ୱାର ଛାଡି ବିଭିନ୍ନ ଦେଶରେ ଅତ୍ୟନ୍ତ ଦୟନୀୟ ଭାବେ ଶରଣାର୍ଥୀର ଜୀବନ ବିତାଉଛନ୍ତି । କେବଳ ପାଲେଷ୍ଟାଇନ୍ ନୁହେଁ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ସୃଷ୍ଟି କରିବା ସହିତ ନିକଟ ଅତୀତରେ ଲେବାନନ୍ ଉପରେ ମଧ୍ୟ ବୋମା ବର୍ଷଣ କରି ସହର ପରେ ସହର ଧ୍ୱଂସ କରୁଛି । ମଧ୍ୟପ୍ରାଚ୍ୟରେ ଜିଓନିଷ୍ଟ ଇସ୍ରାଏଲର ବର୍ବର ଆକ୍ରମଣ ଓ ଯୁଦ୍ଧକୁ ସେମାନେ ତୀବ୍ର ଭାଷାରେ ନିନ୍ଦା କରିଥିଲେ । ଯୁଦ୍ଧ ନୁହେଁ ଶାନ୍ତି ·ହୁଁ ଦାବିରେ ସାରାବିଶ୍ୱରେ ଜନମତ ଗଢ଼ିତୋଳି ସାମ୍ରାଜ୍ୟବାଦୀ ଯୁଦ୍ଧଖୋର ଶାସକମାନଙ୍କ ଉପରେ ·ପ ସୃଷ୍ଟି କରିବା ପାଇଁ ସମଗ୍ର ବିଶ୍ୱର ଶାନ୍ତିକାମୀ, ଗଣତନ୍ତ୍ରପ୍ରେମୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସଚେତନ ନାଗରିକଙ୍କ ସମେତ ସର୍ବସ୍ତରର ଜନସାଧାରଣ ଆଗେଇ ଆସିବା ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଆଜିର ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଆଞ୍ଚଳିକ କମିଟି ସଭ୍ୟ ନିରଞ୍ଜନ ନାୟକ, ବିଷ୍ଣୁ ସାହୁ, ନିରୂପମା ନାୟକ, ସରୋଜିନୀ ବେହେରା, ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *