ଅନୁଗୁଳ(ସୁବ୍ରତ ପଟ୍ଟନାୟକ): କରିଡର ଆଳରେ ବ୍ୟାପକ ମାତ୍ରାରେ ଖନନ କରି ଶ୍ରୀ ମନ୍ଦିର କୁ ଅସୁରକ୍ଷିତ କରୁଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ସରକାର ଙ୍କ ଉପରେ ବର୍ଷିଛନ୍ତି ଶ୍ରୀ ମନ୍ଦିର ସୁରକ୍ଷା ଅଭିଯାନ ର କର୍ମକର୍ତା । ସୁରକ୍ଷା ଅଭିଯାନ ପକ୍ଷରୁ ରାଜ୍ୟ ସରକାରଙ୍କ ଏଭଳି ଆଚରଣ କୁ ତୀବ୍ର ବିରୋଧ କରାଯାଇ ଆଜି ରାଜ୍ୟ ର ବିଭିନ୍ନ ସ୍ଥାନରେ ଜିଲାପାଳ ଙ୍କ ଜରିଆରେ , ମହାମହିମ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କ୍ରମରେ ଆଜି ଅନୁଗୁଳ ଠାରେ ମଧ୍ୟ ଅନୁରୂପ ଭାବେ ଅତିରିକ୍ତ ଜିଲାପାଳ ଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅଭିଯାନ ର କର୍ମକର୍ତା ଙ୍କ କହିବା କଥା । ଦେଶର ପ୍ରାଚୀନ ମହାନତାମ କୀର୍ତିରାଜି ମଧ୍ୟରୁ ଅନ୍ୟତମ ହେଉଛି ଶ୍ରୀ ମନ୍ଦିର । ତେଣୁ ଏହାର ସୁରକ୍ଷା ତଥା ସଂରକ୍ଷଣ ସମସ୍ତଙ୍କର ଦାଇତ୍ୱ ।