Angul News: ଅନୁଗୁଳ: ଅନୁଗୁଳ ବିଧାନସଭା ଅନ୍ତର୍ଗତ ବଲଙ୍ଗ ଗ୍ରାମ ପଂଚାୟତ ରେ ଅଗ୍ନିକାଣ୍ଡ ଘଟିଥିଲା |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୋମବାର ଆଜି ଖବର ପାଇ ବଲଙ୍ଗ ଗ୍ରାମକୁ ଯାଇ ଅଗ୍ନିକାଣ୍ଡ ରେ ବିପନ୍ନ ପରିବାର ସନ୍ତୋଷ ବିଶ୍ୱାଳ ଓ କଷ୍ଟ୍ଠୁ ନାଏକ ଙ୍କ ପରିବାର ଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସାହାର୍ଯ୍ୟ କରିଥିଲେ |ଅନୁଗୁଳ ତହସିଲଦାର ଙ୍କୁ ଫୋନ ଯୋଗେଁ କଥାହୋଇ ତୁରନ୍ତ ସମସ୍ତ ପ୍ରକାର ସରକାରୀ ସାହାର୍ଯ୍ୟ ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ |ସାଂସଦ ଙ୍କ ସହ ବିଜେପି ନେତା ଓବିଶି ମୋର୍ଚ୍ଚା ଜିଲ୍ଲା ସଭାପତି ସରୋଜ ଜେନା, ପ୍ରଭାତ ମିଶ୍ର, ଦିଲ୍ଲୀପ ମାଝୀ, ସ୍ଥାନୀୟ ସରପଞ୍ଚ ରିତାଞ୍ଜଳୀ ସାହୁ, ରଜନୀ ସାହୁ, ଦୁର୍ୟୋଧନ ଜେନା, ବାବୁରାମ ସାହୁ ଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ଓ ଜନ ସାଧାରଣ ଉପସ୍ଥିତ ଥିଲେ |