Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପନୀତ ହୋଇଛି ଘଡ଼ିଆଳ ଙ୍କ ସଂଗମ ର ବେଳ । ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ ର ବଳଦମରା ଘାଟରେ ଏବେ ଉଭୟ ଅଣ୍ଡିରା ଓ ମାଈ ପ୍ରଜାତିର ଦୁଇ ଘଡ଼ିଆଳ ପ୍ରାକୃତିକ ପରିବେଶ ମଧ୍ୟରେ ପଜନନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ସାତକୋଶିଆ ଓ୍ୱାଇଲ୍ଡ ଲାଇଫ ଡିଭିଜନ । ଏହି କ୍ରମରେ ନିରୋଳା ତଥା ପ୍ରାକୃତିକ ପରିବେଶ ରେ ଉଭୟ ଯୋଡି ସଂଗମ କରିବା ପାଇଁ ଥିବାବେଳେ ଉଭୟ ଙ୍କୁ ଏବେ ଦୁଇଟି ବସାରେ ଦେଖିବାକୁ ମିଳିଛିଛି । ଉଭୟ ବଳଦମରା ଓ ସୁନାଖଣି ରେ ଏହି  ଯୋଡି ବିଚରଣ କରୁଥିବା ଜଣାପଡିବା ପରେ ବନ ବିଭାଗ ଏହାକୁ ଗୁରୁତର ସହ ନେଇଛି । ବିଶେଷଜ୍ଞ ଙ୍କ ପରାମର୍ଶ ପରେ ସଂପୃକ୍ତ ଅଞ୍ଚଳ କୁ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।  ଉକ୍ତ ଅଞ୍ଚଳ କୁ ଉଭୟ ଶବ୍ଦ ପ୍ରଦୂଷଣ ମୁକ୍ତ କରିବା ପାଇଁ ଗୃହ ପାଳିତ ପଶୁ ଓ ଲୋକ ଙ୍କ ଯାତାୟାତ ଉପରେ ରୋକ ଲଗାଯାଇଛି ବୋଲି ସାତକୋଶିଆ ବନଖଣ୍ଡ ଡ଼ିଏଫଓ ଡ଼ା ସରୋଜ କୁମାର ପଣ୍ଡା କହିଛନ୍ତି । ଅନ୍ୟପକ୍ଷରେ ଅନ୍ୟତମ ଅଧିକାରୀ ଶୁଭେନ୍ଦୁ ବେହେରା ଙ୍କ ତତ୍ୱାବଧାନ ରେ ସମ୍ପୃକ୍ତ ଅଞ୍ଚଳ କୁ ୨୪  ଘଣ୍ଟିଆ ପହରା ମଧ୍ୟରେ ରଖାଯାଇଛି । ଏହାଛଡା ଉକ୍ତ ଦୁଇଟି ସ୍ଥାନରେ ଏବେ ତାର ବାଡ଼ ଦିଆଯାଇ ଆବଦ୍ଧଞ୍ଚଳ ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ ବିଭାଗୀୟ ଅପରିପକ୍ୱତା ସହ ଅନଭିଜ୍ଞତା କାରଣରୁ ଗତ ବର୍ଷ ଅନୁରୂପ ଭାବେ ଜନ୍ମିତ ପ୍ରାୟ ୨୮ ଘଡ଼ିଆଳ ଶାବକ ନିଖୋଜ ହୋଇ ଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଚଳିତବର୍ଷ ବନ ବିଭାଗ ଅଧିକ ଦାଇତ୍ୱ ସମ୍ପର୍ଣ୍ଣ ହେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *