Angul Khabar: ଅନୁଗୋଳ: ଶିକ୍ଷା ବିକାଶ ସମିତି, ଓଡିଶା ମଧ୍ୟ୍ୟ ସଂଭାଗ ର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦେଉଳ ବେଡା କୋଲିୟରୀ ଠାରେ ତାରିଖ 15-09-2024 ରବିବାର ଏବଂ 16-092024ରିଖ ସୋମବାର ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇଛି | ଉଦଘାଟନ ଉତ୍ସବ ରେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କର ସଭାପତି ଡ଼ଃ. କିଶୋର ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଦ୍ୱୀପ ପ୍ରଜ୍ଜଳନ କରି ବୈଠକ କୁ ଉଦଘାଟନ କରିଥିଲେ | ମଧ୍ୟ ସଂଭାଗ ସଭାପତି ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପୃଷ୍ଟି ଓ ଶିକ୍ଷାବିକାଶ ସମିତି ଓଡିଶା ଙ୍କ ଉପସଭାପତି ଶ୍ରୀଯୁକ୍ତ କମଳା କାନ୍ତ ମିଶ୍ର ଉପସ୍ଥିତ ଥିଲେ | ମଧ୍ୟ ସଂଭାଗ ସଂଯୋଜକ ଶ୍ରୀଯୁକ୍ତ ମଧୁସୂଦନ ବାରିକ ଅତିଥି ମାନଙ୍କର ପରିଚୟ କରାଇଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦେଉଳ ବେଡା କୋଲିୟରୀ ର ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |
ସଂନ୍ଧ୍ୟା ବନ୍ଦନା କଳାଂଶ ରେ ସ୍ଥାନୀୟ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ହେମନ୍ତ ଶତପଥୀ ଦ୍ୱୀପ ପ୍ରଜ୍ଜ୍ୱଳନ କରିଥିଲେ | ଏହି କଳାଂଶ ରେ ସ୍ଥାନୀୟ ପରିଚାଳନା ସମିତି ର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ, ଦ୍ୱିତୀୟ ଦିନ ର ପ୍ରାର୍ଥନା କଳାଂଶ ଶିକ୍ଷା ବିକାଶ ସମିତି ଙ୍କ ପରୀକ୍ଷା ସଂଯୋଜକ ଶ୍ରୀଯୁକ୍ତ ମନୋଜ ଦାସ ମା ସରସ୍ବତୀ ଙ୍କ ବନ୍ଦନା କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦେଉଳ ବେଡା କୋଲିୟରୀ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବାବୁଲି ସାମଲ ପରିଚୟ ପ୍ରଦାନ କରିଥିଲେ | ଶେଷ ରେ ସମାରୋପ କଳାଂଶ ରେ ଅନୁଗୋଳ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ଶିଶୁଵିଦ୍ୟା ମନ୍ଦିର ର ସମସ୍ତ ଗୁରିଜୀ ଗୁରୁମା ପରିଚାଳନା ସମିତି ଓ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗ ରେ ବୈଠକ ଦୁଇ ଦିନ ଧରି ନୂତନ ଶିକ୍ଷାନୀତି ଓ ଶିଶୁ ମନ୍ଦିର ର ବାର୍ଷିକ ଯୋଜନା ଓ ପରୀକ୍ଷା ସମ୍ବଧ ରେ ବିଶଦ ଆଲୋଚନା ହୋଇ ବିଦ୍ୟାଳୟ ସ୍ତର ରେ ସଫଳ ରୋପାୟାନ କରିବାର ସଂକଳ୍ପ ନେଇ ସମାପ୍ତ କରିଥିଲେ।