Spread the love

Angul News ଅନୁଗୁଳ: ଅନୁଗୁଳରେ ଅବସ୍ଥାପିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓପି ଜିନ୍ଦଲ ଗ୍ରୁପର ଅଧକ୍ଷା ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ହରିୟାଣାର ହିସାର ବିଧାନସଭା ଆସନରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇ ତୃତୀୟ ଥର ବିଧାୟିକା ନିର୍ବାଚିତ ହୋଇଥିବା ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କୁ ବିଜୟ ପରବର୍ତ୍ତୀ ପ୍ରଥମ ଅନୁଗୁଳ ପ୍ଲାଣ୍ଟ ଗ୍ରସ୍ତ ଅବସରରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନୁଗୁଳ ଲୋକେସନ ହେଡ ଶ୍ରୀ ପଙ୍କଜ ମଲହାନଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମଲହାନଙ୍କ ପତ୍ନୀ ଶ୍ରୀମତି ସୀମା ମଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ତାଙ୍କ ପତ୍ନୀ ଶ୍ରୀମତି ଅନିତା ମିତ୍ତଲଙ୍କ ସମେତ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ ଏବଂ ଓ.ପି ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ, ପ୍ଲାଣ୍ଟର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ଜେଏସପି କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ପାଖ-ପଡ଼ୋଶୀ ଗାଁର ହଜାର ହଜାର ଜନତା, ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କୁ ସ୍ୱାଗତ କରିଥିଲେ ।

ମାତାଜୀ ଭାବେ ସମ୍ମାନିତ ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କୁ ଜିନ୍ଦଲ ବିଧାନବନ୍ଦରରେ ପୁଷ୍ପଗୁଚ୍ଛ ଦେଇସ୍ୱାଗତ କରାଯାଇଥିଲା । ସ୍କୁଲ ପିଲାମାନେ ଏହି ଅବସରରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ସ୍ୱାଗତ କରିଥିଲେ । ଏହା ପରେ ମାତାଜୀ, ଜିନ୍ଦଲ ନଗରରେ ଥିବା ଦେବଭୂମିକୁ ଯାଇଥିଲେ । ସେଠାରେ ଜେଏସପି କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ସଂପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।

ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହ ସମସ୍ତଙ୍କ ଶ୍ରଦ୍ଧା ଓ ଭଲ ପାଇବା ଦେଖି ମାତାଜୀ ବେଶ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରରେ ତାଙ୍କ ସାନପୁଅ ତଥା ଜେଏସପି ଅଧ୍ୟକ୍ଷ ତଥା ହରିୟାଣାର କୁରୁକ୍ଷେତ୍ରରୁ ୩ ଥର ସାଂସଦ ନିର୍ବାଚିତ ହୋଇଥିବା ଶ୍ରୀ ନବୀନ ଜିନ୍ଦଲ, ତାଙ୍କ ପତ୍ନୀ ତଥା ଜିନ୍ଦଲ ଫାଉଣ୍ଡେସନର ଅଧକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ମାତାଜୀଙ୍କ ଘନିଷ୍ଠ ସହଯୋଗୀମାନେ ମାତାଜୀଙ୍କ କରୁଣା ଓ ଅସାଧାରଣ ଦୟାଭାବ ଉପରେ ଆଲୋକପାତ କରିଥିଲେ । ସେ କେମିତି ଜେଏସପିର ସମସ୍ତଙ୍କୁ ଏକ ବୃହତ ପରିବାର ଅଂଶଭାବେ ଗ୍ରହଣ କରନ୍ତି ସେ ବିଷୟରେ କହିଥିଲେ ।

ଶ୍ରୀମତି ସାବିତ୍ରୀ ଜିନ୍ଦଲ କେବଳ ହରିୟାଣା ହିସାର ବିଧାୟିକା କିମ୍ବା ଓ.ପି ଜିନ୍ଦଲ ଗ୍ରୁପର ଅଧକ୍ଷା ନୁହଁନ୍ତି ବରଂ ଏସିଆ ମହାଦେଶର ସବୁଠାରୁ ଧନୀ ମହିଳା ଭାବେ ମଧ୍ୟ ମାନ୍ୟତା ପାଇଛନ୍ତି । କେବଳ ସେତିକି ନୁହେଁ, ଜଣେ ହୃଦୟବାନ ସମାଜସେବୀ ଭାବେ ପରିଚିତ।

Leave a Reply

Your email address will not be published. Required fields are marked *