Spread the love

ଅନୁଗୁଳ :ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ର ଛେଣ୍ଡିପଦା ମଣ୍ଡଳ ରେ କେନ୍ଦ୍ର ମୋଦି ସରକାର ର 11 ବର୍ଷ ଓ ରାଜ୍ୟ ମୋହନ ସରକାର ର ଏକ ବର୍ଷ ଉପଲକ୍ଷେ ଏକ ସଂକଳ୍ପ ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି |ଛେଣ୍ଡିପଦା ମଣ୍ଡଳ ସଭାପତି ଦୀପକ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କର ବିଭିନ୍ନ ଯୋଜନା ଉପରେ ତଥା ସେବା ସୁଶାସନ ଓ ଗରିବ କଲ୍ୟାଣ ଉପରେ ଆଲୋକପାତ କରିଥିଲେ |ସମସ୍ତ କାର୍ଯ୍ୟକର୍ତା ଘର ଘର ଯାଇ ଉଭୟ ସରକାର ର ଯୋଜନା ପହଞ୍ଚାଇବାକୁ ସେ କହିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ
ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନ କୃଷକମୋର୍ଚା ଜିଲ୍ଲା ସଭାପତି ବିଜୟ କୁମାର ମାଝୀ ବିଧାୟକ ଙ୍କ ପ୍ରତିନିଧି ଅକ୍ଷୟପାଦ ବେହେରା , ଦୀପକ କୁମାର ପ୍ରଧାନ ,ବିଧାନସଭା ସଂଯୋଜକ ଗୋପବନ୍ଧୁ ଗଡ଼ନାୟକ,
ଜିଲ୍ଲା ପରିଷଦ ସଦସ୍ୟ ଯୋଶବନ୍ତ ପ୍ରସାଦ ବେହେରା ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନ ପ୍ରମୁଖ ଯୋଗଦେଇ ସରକାର ଙ୍କର ଯୋଜନା ଉପରେ ଆଲୋଚନା କରିଥିଲେ |କାର୍ଯ୍ୟକ୍ରମ ରେ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *