Angul News: ଅନୁଗୋଳ: ସୋମବାର ଦିନ ୧୭/୦୭/୧୯୮୯ ରିଖ ଠାରୁ ପୂଜ୍ୟ ବାବା ସଦାନନ୍ଦ ଦାସଙ୍କ ପ୍ରଚେଷ୍ଟା ଓ ଗ୍ରାମବାସୀଙ୍କ ଉଦ୍ୟମରେ , ନଦିଘେରା ଗ୍ରାମ ଅଙ୍ଗାରବନ୍ଧ ଝାଟକିପଶି ଠାରେ ଅଲେଖ ମହିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଠନ ହୋଇ ଯାଇଥିଲା। ଅଙ୍ଗାରବନ୍ଧ ଗ୍ରାମର ଶ୍ରୀଯୁକ୍ତ ବିଦ୍ୟାଧର ବାରିକ ପ୍ରଧାନ ଶିକ୍ଷକ ସହିତ ଯୁଧିଷ୍ଠିର ପ୍ରଧାନଙ୍କର ସହ ଶିକ୍ଷକତାରେ ବିଦ୍ୟାଳୟ ଗଠନ ହୋଇଥିଲା । ଉକ୍ତ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ବ୍ରାହ୍ମଲୀନ ବାବା ସଦାନନ୍ଦ ଦାସ, ଉପ ସଭାପତି ସ୍ୱର୍ଗତ ଚତୁର୍ଭୁଜ ବେହେରା, ସମ୍ପାଦକ ଶିବ ସାହୁ, କମିଟି ସଭ୍ୟ ଲକ୍ଷ୍ମୀଧର ନହରା, କୃଷ୍ଣ ଚନ୍ଦ୍ର ପ୍ରଧାନ, ଜମ୍ବେଶ୍ଵର ବେହେରା, ସ୍ୱର୍ଗତ ଭଗବାନ ବାରିକ, ସ୍ୱର୍ଗତ ବାଲିଆ ସାହୁ, ସ୍ୱର୍ଗତ ଦୁଃଶାସନ ନାଏକଙ୍କ ନେତୃତ୍ୱରେ ଗଠନ ହୋଇଥିବା ବିଦ୍ୟାଳୟରେ ଦିର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟରୁ ଅନ୍ୟୂନ ୨୦ ବର୍ଷ ବିନା ବେତନରେ ନିରବଚ୍ଛିନ୍ନ ଭାବେ ସହ ସହ ପିଲାଙ୍କୁ ଶିକ୍ଷାଦାନ କରିବା ସହିତ ୨୦୦୮ ମସିହାଠାରୁ ବ୍ଲକ ଗ୍ରାଣ୍ଡ ସ୍କୁଲର ପ୍ରଧାନଶିକ୍ଷକ ଭାବରେ ୩୦/୦୬/୨୦୨୫ ରିଖ ସୋମବାର ଦିନ ସରକାରୀ ଅବସର ଗ୍ରହଣ କଲେ। ତାଙ୍କ ଶିକ୍ଷାଦାନରୁ ୨୧୬୦ ପୁରାତନ ଛାତ୍ରଛାତ୍ରୀ, ଗ୍ରାମର ବୁଦ୍ଧିଜୀବୀ, ବିଦ୍ୟାଳୟର ପ୍ରତିଷ୍ଠାତା, ଶିବ ସାହୁ, ଲକ୍ଷ୍ମୀଧର ନହରା, ଜମ୍ବେଶ୍ଵର ବେହେରା, ମୂଖ୍ୟ ଅତିଥି ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିପକ କୁମାର ସାହୁ, ସହ ଶିକ୍ଷକ ମନୋଜ କୁମାର ଦାସ, ରମେଶ କୁମାର ନାଥ, ଗୁପ୍ତା ସାହୁ, ଦୟାନିଧି ସ୍ୱାମୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ନାଏକ, ମଧୁସ୍ମିତା ସେନାପତି, ଜିତା ସ୍ୱାଇଁ,ସଙ୍ଗ୍ରାମ ରାଉତ , ପୁରାତନ ଛାତ୍ରଛାତ୍ର ସଂସଦ ସଭାପତି ଅକ୍ଷୟ କୁମାର ସାହୁଙ୍କ ନେତୃତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା। ସମସ୍ତ ଅତିଥି ମାନେ ନିଜର ଅଭିମତ ପ୍ରକାଶ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ପୁରାତନ ଛାତ୍ର ଟଙ୍କଧର ଭୋଇ ସ୍ମୃତିରେ ପୁରାତନ ଛାତ୍ର ବିଗ୍ୟାନି କୁମାର ବେହେରା, ଅଲେଖ ଚନ୍ଦ୍ର ବେହେରା, କ୍ଷୀରୋଦ ଦାସ, ଯୁଧିଷ୍ଠିର ସାହୁ, ବିଶେଶ୍ୱର ନାୟକ, ସୌଦାମିନୀ ସାହୁ ପ୍ରମୂଖ ଭାବ ବିହ୍ୱଳଭରା ସ୍ମୃତି ଆଲୋଚନା କରିଥିଲେ ।
ପ୍ରଧାନ ଶିକ୍ଷକ ବିଦ୍ୟାଧର ବାରିକ ପୁରାତନ ଛାତ୍ର, ସହ ଶିକ୍ଷକ ଓ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଦୁଇ ପଦ କଥା ମର୍ମରେ କୋହକୁ ଚାପି ସ୍କୁଲର ନାନାବିଧ ସମସ୍ୟା ବଖାଣିବା ସହିତ ମଝିରେ ମଝିରେ ଶିକ୍ଷାଦାନ କରିବା ପାଇଁଁ ମତ ପ୍ରକାଶ କରିଥିଲେ ଓ ସମସ୍ତଙ୍କୁ ଆହ୍ୱାନ କରିଥିଲେ ସମସ୍ୟାର ସମାଧାନ କରିବା ପାଇଁଁ। ଆରମ୍ଭରେ ପ୍ରଦିପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଓ ଉତ୍କଳ ସଙ୍ଗୀତ ଗାନ ସ୍କୁଲ ଛାତ୍ରୀ ସ୍ୱତାଲିନା ସାହୁ, ଶୁଭ ଲକ୍ଷ୍ମୀ ସାହୁ, କୌଶଲ୍ୟା ରାଉଳ ମାନଙ୍କ ଦ୍ଵାରା ହୋଇଥିଲା। ତତ୍ପରେ ପୁରାତନ ଛାତ୍ର ତଥା ସ୍ୱଇଛାରେ ଦିର୍ଘ ପଚିଶ ବର୍ଷ ଶିକ୍ଷା ଦାନ କରିଥିବା ବିଚିତ୍ରାନନ୍ଦ ଦାସ ଅତିଥି ପରିଚୟ କରିଥିଲେ। ସ୍ୱେଚ୍ଛାସେବୀ ତଥା ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦର ସମ୍ପାଦକ ଦୁଷ୍ମନ୍ତ କୁମାର ସାହୁ ଓ କର୍ମ କର୍ତ୍ତା ଙ୍କ ଦ୍ୱାରା ମାନ ପତ୍ର, ଉତରିୟ, ଫଟୋଚିତ୍ର ପ୍ରଦାନ କରିଥିଲେ। ବହୁ ବ୍ୟାଚର ଛାତ୍ରଛାତ୍ରୀମାନେ ସ୍ମୃତିର ସ୍ମାରକୀ ଶ୍ରୀ ବାରିକଙ୍କ ପ୍ରଦାନ କରିଥିଲେ। ପୁରାତନ ଛାତ୍ର ସଂସଦ ତରଫରୁ, ପୁଷ୍ପ ଗୁଛ , ମାନପତ୍ର, ପୁଷ୍ପ ହାର ,ଉପଠୋକନ, ବିଭିନ୍ନ ସ୍ମାରକୀ ପ୍ରଦାନ କରା ଯାଇଥିଲା।ସର୍ବ ଶେଷରେ ଅନିଲ କୁମାର ସାହୁଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହିତ ପଟୁଆରକରି ସାର୍ ଙ୍କୁ ଆବାଶ ପର୍ଯ୍ୟନ୍ତ ଛାଡ଼ି ଆସିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରୋଜ ସାହୁ, ଭବାନୀ ଶଙ୍କର ସାହୁ, ଅଖିଳ ସାହୁ, ସୌଭାଗ୍ୟ ଦାସ, ସୁନିଲ୍ ସାହୁ, ଅନନ୍ତ ବେହେରା, ରଞ୍ଜନ ବେହେରା , ବିରଞ୍ଚି କୁମାର ସାହୁ ଓ ବହୁ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।