ଅନୁଗୋଳ: ନାଲୋକ ପ୍ରେରିତ ସ୍ପୋନସର୍ଡ ଆଇଟିଆଇ ଏଲେପି ସଭ୍ୟଙ୍କ ଉପାୟରେ ଗଣତାନ୍ତ୍ରିକ ଅର୍ଥନୈତିକ ଅବରୋଧ। ନାଲକୋକୁ ସଂଯୋଗ କରୁଥିବା ଦୁଇଟି ପୃଥକ ପୃଥକ ସ୍ଥାନରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକ କରିଛନ୍ତି ନ୍ଦୋଳନକାରୀ । ଫଳରେ ଆଜି ନାଲକୋ କୁ କୌଣସି ଟ୍ରେନ ଯାତାୟାତ କରି ପାରିନାହିଁ । ଏହି କ୍ରମରେ ଦୁଇଟି ସ୍ଥାନ ଯଥାକ୍ରମେ ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଡିଓଗାଡ଼ିଆ ଓ ବଅରପାଳ ଓଭରବ୍ରିଜ ତଳେ ଥିବା ମଠ ନିକଟରେ ନାଲକୋ ଟ୍ରେନ କୁ ରୋକି ଅର୍ଥନୈତିକ ଅବରୋଧ ନିଷ୍ପତ୍ତି କରାଯାଇଛି ।
ଅଭିଯୋଗ ଅନୁସାରେ ପ୍ରାୟ ୧୯୮ ଜଣ ନାଲକୋ ପସ୍ପୋନ୍ସର୍ଡଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ବିଭିନ୍ନ ସମୟରେ ନାଲକୋ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ଜିଲା ପ୍ରଶାସନ, ନାଲକୋ କର୍ତ୍ତୃପକ୍ଷଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ସାଂସଦଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଧା କୌଣସି ସୁଫଳ ମିଳି ପାରିନାହିଁ । ଏପରିକି ନାଲକୋ କର୍ତ୍ତୃପକ୍ଷଙ୍କ ନବମ ଆରପିଡିଏସି ବୈଠକର ନିଷ୍ପତ୍ତିକୁ ମାନୁ ନଥିବାରୁ ନିଜ ନାର୍ଯ୍ୟଦାବୀ ହାସଲ ପାଇଁ ଏହି ଅର୍ଥନୈତିକ ଅବରୋଧ କରାଯାଇଥିବା ନେଇ କହିଛନ୍ତି ଆନ୍ଦୋଳନକାରୀ।
ଭିଡ଼ିଓ ଦେଖିବା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।