Angul News: ଅନୁଗୁଳ: ରାଜ୍ୟ ସରକାରଙ୍କ ବନ ବିଭାଗ ଦ୍ୱାରା ସାତକୋଶିଆ ଅଭୟାରଣ୍ୟରୁ ବ୍ୟାଘ୍ରଶୂନ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ସ୍ୱେଚ୍ଛାକୃତ ସ୍ଥାନାନ୍ତରଣ ନାଁରେ ବଳପୂର୍ବକ କରାଯାଉଥିବା ବିସ୍ଥାପନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ଅଭୟାରଣ୍ୟ ଅଧିବାସୀଙ୍କ ଭିଟାମାଟି ଓ ଜୀବନଜୀବିକାର ସ୍ଥାୟୀ ସୁରକ୍ଷା ଦାବିରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ “”ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟି, ସାତକୋଶିଆ” ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅଭୟାରଣ୍ୟସ୍ଥ ଟିକରପଡା ପଞ୍ଚାୟତର ଟିକରପଡା, ମଝିପଡା, ବେହେରାସାହି, କରଡାପଡା, ହାତୀବାରି, ଗଇଁଦି, ରାମିମୁଣ୍ଡା ପ୍ରଭୃତି ଗ୍ରାମର ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ସାତକୋଶିଆ ଅଭୟାରଣ୍ୟ ଘୋଷଣା ହେବାର ଶହ ଶହ ବର୍ଷ ପୂର୍ବରୁ ଆମ୍ଭ ପୂର୍ବପୁରୁଷମାନେ ବର୍ଷ ବର୍ଷ ଧରି ଏଠାରେ ବସବାସ କରି ·ଷକାର୍ଯ୍ୟ ଏବଂ ମହାନଦୀରେ ପାରମ୍ପରିକ ଭାବରେ ମାଛ ଧରି ନିଜର ଜୀବନଜୀବିକା ନିର୍ବାହ କରିଆସିଛନ୍ତି । ଆମ୍ଭ ଅଞ୍ଚଳରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ, ବିଦୁ୍ୟତକରଣ ଭଳି ମୌଳିକ ସୁବିଧାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମି ପ୍ରତିଷ୍ଠା କରିଛନ୍ତି । ମୌଳିକ ଭିତ୍ତିଭୂମି ଥିବା ଗ୍ରାମ ଗୁଡିକୁ ବ୍ୟାଘ୍ର ପ୍ରକଳ୍ପ ଆଳରେ ସ୍ୱେଚ୍ଛାକୃତ ବିସ୍ଥାପନର ପ୍ରଲୋଭନ ଦେଖାଇ ଗ୍ରାମବାସୀଙ୍କୁ ବିସ୍ଥାପନ କରାଯିବା ଦ୍ୱାରା ଗ୍ରାମଗୁଡିକ ଜନଶୂନ୍ୟ ହେବାପରେ ଜନସାଧାରଣଙ୍କ କଷ୍ଟାର୍ଜିତ ଟିକସରେ ଗଠିତ ରାଜକୋଶରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ମୌଳିକ ଭିତ୍ତିଭୂମି ଧ୍ୱଂସ ପାଇବ । ସ୍ୱେଚ୍ଛାକୃତ ବିସ୍ଥାପନ ହେଉଥିବା ଜନସାଧାରଣଙ୍କୁ କୌଣସି ସ୍ଥାନରେ ଥଇଥାନର କୌଣସି ବ୍ୟବସ୍ଥା ନାହିଁ, ଫଳରେ ଗ୍ରାମ ଛାଡୁଥିବା ଜନସାଧାରଣ ନିଜର ପରିଚୟ ସମ୍ପୂର୍ଣ୍ଣ ଭାବରେ ହରାଇ ଯାଯାବରରେ ପରିଣତ ହେବ ବୋଲି ସେମାନେ ପ୍ରକାଶ କରିଥିଲେ । ଏଥିସହିତ ଅଭୟାରଣ୍ୟରେ ନିଜର କୃଷିଜମି, ବାସଭୂମି, ବାଡିବଗି·, କୂଅ, ପୋଖରୀ, ଘରବାରୀ କରି ଲକ୍ଷ ଲକ୍ଷ ଟଙ୍କା ସ୍ଥିତିବାନ ସମ୍ପତ୍ତିର ଅଧିକାରୀ ଜମି ମାଲିକଙ୍କୁ ସ୍ୱେଚ୍ଛାକୃତ ବିସ୍ଥାପନ ନାଁରେ ସ୍ଥିତିବାନ ସମ୍ପତ୍ତି କୌଣସି କ୍ଷତିପୂରଣ ନଦେଇ କେବଳମାତ୍ର ୨୦ଲକ୍ଷ ଟଙ୍କା ସହାୟତା ରାଶି ଦେଇ ବିତାଡିତ କରିବା ଜଙ୍ଗଲ ବିଭାଗର ଜଙ୍ଗଲି ଶାସନର ନମୂନା ବୋଲି ସେମାନେ ଅଭିଯୋଗ କରିଥିଲେ ।
ଏଠାରେ ସୂଚନାଯୋଗ୍ୟଯେ, ଜୈବବିବିଦ୍ଧତାରେ ପରିପୂର୍ଣ୍ଣ ବିଶ୍ୱବିଖ୍ୟାତ ସାତକୋଶିଆ ଅଭୟାରଣ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମ୍ପଦର ଗନ୍ତାଘର । ଅନୁଗୁଳ, କଟକ, ବୌଦ୍ଧ ଜିଲ୍ଲାକୁ ନେଇ ୭୯୫.୫୨ବର୍ଗକିଲୋମିଟର ପରିମିତ ଅଞ୍ଚଳକୁ ୧୯୭୬ ମସିହାରେ ସାତକୋଶିଆ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା । ୨୦୦୭ ମସିହାରେ ନୟାଗଡ ଜିଲ୍ଲାରେ ବାଇସିପାଲି ଅଭୟାରଣ୍ୟକୁ ମିଶାଇ ୧୧୩୬.୭୦ ବର୍ଗକିଲୋମିଟର ପରିବ୍ୟାପ୍ତ ଅଞ୍ଚଳକୁ ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଘୋଷଣ କରାଯାଇଥିଲା । ଏନ୍.ଟି.ସି.ଏ. ଦ୍ୱାରା କରାଯାଇଥିବା ବ୍ୟାଘ୍ରଗଣନା ଅନୁଯାୟୀ ୨୦୦୭ ମସିହାରେ ସାତକୋଶିଆରେ ୧୨ଟି ମହାବଳ ରହୁଥିଲେ । ୨୦୧୮ ମସିହାରେ ୨ଟି ବାଘ ରହି ଥିଲେ । ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ୨୦୧୮ ମସିହାରେ ଦେଶରେ ସର୍ବପ୍ରଥମ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ମଧ୍ୟପ୍ରଦେଶରୁ ୨ଟି ବାଘ ସାତକୋଶିଆକୁ ଅଣାଯାଇଥିଲା । ବନ ବିଭାଗର ଅପାରଗତା, ଦାୟିତ୍ୱହୀନତା ଏବଂ ଭୁଲ ନୀତି ପାଇଁ ୨ଜଣ ସାଧାରଣ ନିରୀହ ଲୋକ ଜୀବନ ହାରିବା ସହିତ ବହୁ ଧନଜୀବନ ନଷ୍ଟ ହୋଇଥିଲା । ବ୍ୟାପକ ଜନଅସନ୍ତୋଷ ଯୋଗୁଁ ବନ ବିଭାଗ ପକ୍ଷରୁ ସେତେବେଳେ ଗୋଟିଏ ବାଘକୁ ଫେରାଇ ନେଇ ଥିବାବେଳେ ଏଠାରେ ଥିବା ଗୋଟିଏ ବାଘ ଓ ଅଣାଯାଇଥିବା ବାଘର କୌଣସି ଖୋଜଖବର ବର୍ତ୍ତମାନ ବନ ବିଭାଗ ପାଖରେ ନାହିଁ । ୨୦୨୩ ବ୍ୟାଘ୍ର ଗଣନା ଅନୁଯାୟୀ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବର୍ତ୍ତମାନ ବାଘଶୂନ୍ୟ ରହିଛି । ୨୦୧୮ ମସିହାରେ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ ବିଭାଗର ଅପାରଗତା ପାଇଁ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଜନସାଧାରଣଙ୍କ କଷ୍ଟାର୍ଜିତ କର ଖଜଣାରେ ଗଚ୍ଛିତ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ପାଇଁ କେଉଁମାନେ ଦାୟୀ? ବ୍ୟାଘ୍ର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱରେ ଥିବା ଅପାରଗ ଅଯୋଗ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପୁନର୍ବାର ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାର ହୀନଯୋଜନା ବିଭାଗ କାହା ସ୍ୱାର୍ଥରେ କାର୍ଯ୍ୟକାରୀ କରୁଛି ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହି ଯୋଜନାକୁ ଯେକୌଣସି ଉପାୟରେ ପୁନଃ କାର୍ଯ୍ୟକ୍ଷମ ପାଇଁ ବନବିଭାଗ ପକ୍ଷରୁ ସ୍ୱେଚ୍ଛାକୃତ ବିସ୍ଥାପନ ନାଁରେ ଗାଁ ଗାଁରେ ବିଭାଜନ ସୃଷ୍ଟି କରାଯାଇ ଶାନ୍ତ, ସରଳ ଗ୍ରାମ୍ୟ ଜୀବନ ଓ ପରିବେଶକୁ ନଷ୍ଟକରି ଶହ ଶହ ବର୍ଷର ଭାଇ·ରା ଓ ଏକତାକୁ ଧ୍ୱଂସ କରିବା ପାଇଁ ହୀନ ଉଦ୍ୟମ କରାଯାଉଛି ବୋଲି ପ୍ରକାଶ କରିବା ସହିତ “ହାତରେ ନମାରି ଭାତରେ ମାରିବା’ ନ୍ୟାୟରେ ବନ ବିଭାଗ ଜନସାଧାରଣଙ୍କ ସ୍ୱାଭାବିକ ଜୀବନଜୀବିକା ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇ ଗାଁ ଛାଡି ଯିବାପାଇଁ ବାଧ୍ୟ କରୁଛନ୍ତି ବୋଲି ସେମାନେ କ୍ଷୋଭର ସହିତ ପ୍ରକାଶ କରିଥିଲେ ।
ଗୋଟିଏ ପଟରେ ରାଜ୍ୟ ସରକାର ସାତକୋଶିଆରେ ପର୍ଯ୍ୟଟନର ବିକାଶ ହେଲେ ଅଞ୍ଚଳବାସୀଙ୍କ ବିକାଶ ହେବବୋଲି ପ୍ର·ର କରି ଶହ ଶହ କୋଟି ଟଙ୍କା ମଞ୍ଜୁର କରି ଖର୍ଚ୍ଚ କରୁଛନ୍ତି । ପର୍ଯ୍ୟଟନ ବିକାଶ ଦ୍ୱାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ ବୋଲି ଡିଣ୍ଡିମ ପିଟୁଛନ୍ତି । ଅନ୍ୟପଟରେ ସାତକୋଶିଆ ଅଞ୍ଚଳବାସୀକୁ ସ୍ୱେଚ୍ଛାକୃତ ବିସ୍ଥାପନ ନାଁରେ ଗାଁ ଛାଡି ·ଲିଯିବା ପାଇଁ ବାଧ୍ୟ କରାଯାଉଛି । ତାହେଲେ ସରକାରଙ୍କର ଏହି ତଥାକଥିତ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମରେ କେଉଁ ସ୍ଥାନୀୟ ଲୋକ ଉପକୃତ ହେବେ, ଏହା ସରକାରଙ୍କ ସମ୍ପୂର୍ଣ୍ଣ ଦୋମୁହାଁ ନୀତିର ପରିଚୟ ବୋଲି ସେମାନେ ଅଭିଯୋଗ କରିଥିଲେ ।
ସାତକୋଶିଆ ଅଭୟାରଣ୍ୟରୁ ସ୍ୱେଚ୍ଛାକୃତ ସ୍ଥାନାନ୍ତରଣ ନାଁରେ କରାଯାଉଥିବା ବିସ୍ଥାପନକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ହାତୀ ତଥା ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବରୁ ·ଷଜମି ବାସଭୂମିର ସୁରକ୍ଷା ପାଇଁ ବ୍ୟାପକ ସୌର ତାରବାଡ ବ୍ୟବସ୍ଥା କରିବା, ବନ୍ୟଜନ୍ତୁଙ୍କ ଉପଦ୍ରବରେ କ୍ଷତିଗ୍ରସ୍ତଙ୍କୁ ସାତ ଦିନ ମଧ୍ୟରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା, ସାତସୋଶିଆର ଜୈବ ବିବିଧତା, ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ପ୍ରଦାନ କରିବା, ଟିକରପଡାରୁ ବାଲିପୁଟ ଏବଂ ଟିକରପଡାରୁ ବିନିକେଇ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ସହିତ ଯିବଆସିବାରେ କଟକଣା ବନ୍ଦ କରିବା, ବାଲିପୁଟ ଠାରୁୁ ବିନିକେଇ ପର୍ଯ୍ୟନ୍ତ ମହାନଦୀରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ କରାଇବା, ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ମହାନଦୀରେ ମାଛ ଧରିବାର ମୌଳିକ ଅଧିକାର ସୁରକ୍ଷା କରିବା ଦାବିରେ ୨୦ ଜୁନ୍ ୨୦୨୫ରେ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ଆନେ୍ଦାଳନ ଅନୁଷ୍ଠିତ ହେବ । ଏହି ଆନେ୍ଦାଳନକୁ ସାତକୋଶିଆ ଅଞ୍ଚଳବାସୀଙ୍କ ସମେତ ଜିଲ୍ଲାର ଗଣତନ୍ତ୍ରପ୍ରେମୀ ଶୁଭବୁଦ୍ଧି ସମ୍ପନ୍ନ ଜନସାଧାରଣ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗଦେଇ ସଫଳ କରିବା ପାଇଁ “”ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟି, ସାତକୋଶିଆ” ପକ୍ଷରୁ ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କମିଟିର ସଭାପତି ବିଦ୍ୟାଧର ପ୍ରଧାନ, ସମ୍ପାଦକ ଜୟରାମ ସାହୁ, ଉପଦେଷ୍ଟା ତୀର୍ଥବାସୀ ଭୋଇ, ମାନସ ପାଳ, ନବକିଶୋର ପ୍ରଧାନ, ଉପସଭାପତି ଜ୍ଞାନରଞ୍ଜନ ସାହୁ, ତ୍ରୀନାଥ ସାହୁ, ପ୍ରଫୁଲ୍ଲ ଦେହୁରୀ, ସହସମ୍ପାଦକ ଫକୀର ଜାନି, କୋଷାଧ୍ୟକ୍ଷ ସୁବୋଧ ସାମଲ, ରଘୁନାଥ ଗଡତିଆ, ନିରଞ୍ଜନ କଅଁର, ଫକୀର ସେଠ, ଉଛବ କର୍ମୀ, ରବିନ୍ଦ୍ରୀ ବାରିକ, ମକୁନ୍ଦ ନାୟକ ପ୍ରମୁଖ ଆହ୍ୱାନ କରିଛନ୍ତି ।
