Spread the love

ଅନୁଗୋଳ, (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋର ଘରୋଇକରଣ ନିଷ୍ପତ୍ତି କୁ ବିରୋଧ । ଏହି କ୍ରମରେ ଆଜି ଅନୁଗୁଳ ଜିଲା ପାଳ ଙ୍କ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ କରିଛି ହିନ୍ଦ ମଯଦୁର ସଂଘ ସମେତ ସହବନ୍ଧିତ ଅନ୍ୟ କେତକ ଶ୍ରମିକ ସଂଗଠନ । ନାଲକୋ କୁ ଘରୋଇ କରଣ କଲେ ଏହା ଦ୍ବାରା ଉଭୟ ନାଲକୋ କର୍ମଚାରୀ ଙ୍କ ସମେତ ସ୍ଥାନୀୟ ଲୋକଙ୍କ କୌଣସି ଲାଭ ବା ଉନ୍ନତି ହେବ ନାହିଁ । ବରଂ ଏହା କୁ ଘରୋଇକରଣ କଲେ ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତି ହିଁ ଲାଭ ବାନ ହେବେ ବୋଲି ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି । ଏହି ମର୍ମରେ ସେମାନେ ଅନୁଗୁଳ ଜିଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *