Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ରାଜନୀତି ରେ ହଟଚମଟ । ଜିଲା ପରିଷଦ ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେଡି ନେତା । ଅନୁଗୁଳ ତିନି ନମ୍ବର୍ ଜିଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ଆଜି ନିଜ ଜିଲା ପରିଷଦ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ଆଜି ଅନୁଗୁଳ ଜିଲାପାଳ ସିଧାର୍ତ୍ତ ଶଙ୍କର ସ୍ୱାଇଁ ଙ୍କୁ ତାଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠରେ ଭେଟି ଏହି ଇସ୍ତଫା ପତ୍ର ଦେଇଥିବା ପ୍ରକାଶ । ବ୍ୟକ୍ତିଗତ କାରଣ ରୁ ସେ ଏହି ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି । ଶ୍ରୀ ପଟ୍ଟନାୟକ ବିଜେଡି ର ଜଣେ ଆଗ ଧାଡ଼ିର ନେତା ଭାବେ ବେଶ ଜଣାଶୁଣା । ସେ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀ କାନ୍ତ ସିଂ ଙ୍କର ଏକାନ୍ତ ଅନୁଗତ । ପୂର୍ବରୁ ଶ୍ରୀ ପଟ୍ଟନାୟକ ଅନୁଗୁଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଭାବେ ଦାଇତ୍ୱ ତୁଲାଇଥିବା ବେଳେ ନିକଟରେ ଅନୁଗୁଳ ତିନି ନମ୍ବର୍ ଯୋନ ରୁ ବିଜେଡି ପ୍ରାଥୀ ଭାବେ ନିର୍ବାଚନ ମଇଦାନରେ ଲଢ଼ି ବିଜୟୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *