ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସଭାପତିତ୍ବରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଅମୀୟ ପାଣ୍ଡବ ଯୋଗ ଦେଇ ସମ୍ବିଧାନ ବଞ୍ଚାଅ ସମାବେଶ କଂଗ୍ରେସ ଦଳ କାହିଁକି ଆହ୍ବାନ ଦେଇଛି, ତାହା ସାମ୍ବାଦିକମାନଙ୍କ ଜରିଆରେ ଅବଗତ କରାଇଥିଲେ। ଦେଶର ସମ୍ବିଧାନ ଆଜି ବିପନ୍ନ। ଦେଶର କୃଷକ, ଶ୍ରମିକ, ଖଟିଖିଆ ମେହନତୀ ମଣିଷ, ବିଶେଷକରି ମହିଳାମାନେ ସାମାନ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦେଶରେ ମହିଳାମାନେ ନିର୍ଯ୍ୟାତିତ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ। ସମସ୍ତେ ସମ୍ବିଧାନ ଦେଇଥିବା ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏଣୁ ସାରା ଭାରତ ବର୍ଷରେ କଂଗ୍ରେସ ସମ୍ବିଧାନ ବଞ୍ଚାଅ ସମାବେଶ କଂଗ୍ରେସ ପାଳନ କରିବା ପାଇଁ ଲୋକସଭାର ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ ଘୋଷଣା କରିଛନ୍ତି। ଏଥିପାଇଁ ଆସନ୍ତା ଏଗାର ତାରିଖ ଦିନ ସମ୍ବିଧାନ ବଞ୍ଚାଅ ସମାବେଶକୁ ଅନୁଗୋଳବାସୀ ସମର୍ଥନ କରିବା ସହ ହଜାର ହଜାର ସଂଖ୍ୟାରେ ଯୋଗ ଦେବାକୁ ସାମ୍ବାଦିକମାନଙ୍କ ଜରିଆରେ ଆହ୍ବାନ ଦେଇଥିଲେ। ସମ୍ବିଧାନ ବଞ୍ଚାଅ ସମାବେଶରେ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏକ ହଜାରରୁ ଉର୍ଦ୍ଧ୍ଵ ଯୋଗ ଦେବାକୁ ଯାଉଥିବା ବେଳେ ସମଗ୍ର ଜିଲ୍ଲାରୁ ତିନି ହଜାରରୁ ଉର୍ଦ୍ଧ୍ଵ ଲୋକ ଯୋଗ ଦେଉଥିବା କଥା ଜିଲ୍ଲା ସଭାପତି ପ୍ରକାଶ କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ତାଳଚେର ବିଧାନସଭାର ପୂର୍ବତନ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ଓ ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ ଶ୍ରମିକ କଂଗ୍ରେସର ଯୁବ ସଭାପତି ପ୍ରକାଶ ବେହେରା, କଂଗ୍ରେସ ନେତା ଟିକନ ବେହେରା, ସନ୍ତୋଷ ଦେହୁରୀ ସହଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।