ଅନୁଗୋଳ(ସୁବ୍ରତ ପଟ୍ଟନାୟକ):
ତାଳଚେର ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଡେରା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରବି ନାରାୟଣ ପ୍ରଧାନ ଅଧ୍ୟକ୍ଷତା କରି ତୁରନ୍ତ ମେଡ଼ିକାଲ କଲେଜ କୁ ସରକାରୀ ସ୍ତରରେ କାର୍ଯ୍ୟକ୍ଷମ କରିବା ଓ ତାଳଚେର କୁ ଆସନ୍ତା ୧୩ ତାରିଖରେ ସମ୍ପୃଣ ଭାବେ ଓ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ କରିବା ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ସୂଚନା ଅନୁଯାୟୀ ଗତ ୨୯ ଏପ୍ରିଲ ମାସରେ ଏହି କ୍ରମରେ ତାଳଚେର ବାସୀ ଙ୍କ ପକ୍ଷରୁ ଦିଆଯାଇଥିଲା । ତଥା ଏହି ମର୍ମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ତାଳଚେର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା । ଯେଉଁଥିରେ ଆସନ୍ତା ୧୩ ତାରିଖ ସୁଧା ଦାବି ପୂରଣ ନହେଲେ ଜୁନ ୧ ତାରିଖ ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯିବା ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଲେଖ କରାଯାଇଥିଲା ।