Spread the love

Angul News: ଅନୁଗୁଳ /ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଜନ୍ମଦିନ ଜୁନ ମାସ 26 ତାରିଖ |କେନ୍ଦ୍ରମନ୍ତ୍ରୀ ଙ୍କର ଜନ୍ମଦିନ ପାଇଁ ବିଜେପି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି |ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଏକ କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ବୈଠକ ରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଓ ଭବାନୀ ଜ୍ୟୋତିଷରାୟ, ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ରତ୍ନାକର ସାହୁ, ଗୋପବନ୍ଧୁ ଗଡ଼ନାୟକ, ବିଜୟ ମାଝୀ, ବିଶ୍ୱରଂଜନ ପ୍ରଧାନ, ବସନ୍ତ ଦାସ ଦିଲ୍ଲୀପ ଦାସ, ଅକ୍ଷୟ ପାଦ ବେହେରା, ଚିତ୍ତରଞ୍ଜନ ମେହେର, ବିଶ୍ୱଜିତ ମିଶ୍ର, ପ୍ରହଲ୍ଲାଦ ସାମଲ, ପ୍ରମୁଖ ଯୋଗ ଦେଇଥିଲେ |ଆଗାମୀ ଜୁନ 25 ତାରିଖ ରେ ତତ୍କାଳୀନ କେନ୍ଦ୍ର ସରକାର 1975 ମସିହାରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରି ଲକ୍ଷ ଲକ୍ଷ ଲୋକଙ୍କୁ କାରାଗାର ରେ ବନ୍ଦୀ କରି ଅତ୍ୟାଚାର କରିଥିଲେ ଏହାର 50 ବର୍ଷ ଏବେ ପାଳିତ ହେଉଛି ଏହାକୁ ବିଜେପି କଳା ଦିବସ ଭାବେ ପାଳନ କରି ଜିଲ୍ଲା ସ୍ତରରେ ଏକ କର୍ମଶାଳା କରିବ ବୋଲି ନିଷ୍ପତ୍ତି ହୋଇଛି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଜନ୍ମଦିନ ରେ ସମଗ୍ର ଜିଲ୍ଲାରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |ବ୍ୟାପକ ଭାବେ ସମସ୍ତ ମଣ୍ଡଳ ରେ ବୃକ୍ଷ ରୋପଣ, ମେଡିକାଲ ରେ ରୋଗୀ ଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର, ମନ୍ଦିର ରେ ସାମୁହିକ ପୂଜାର୍ଚନା ଆଦି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |ବିଭିନ୍ନ ସଂଗଠନ ପକ୍ଷରୁ ଅନୁରୂପ ଭାବେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରାଯିବାକୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ବୈଠକ କରାଯାଇଛି |ବ୍ରାହ୍ମଣୀ ମଣ୍ଡଳ ରେ ମଣ୍ଡଳ ସଭାପତି ଅଜୟ ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |କଙ୍କିଳି ପଂଚାୟତ ରେ ବୃକ୍ଷ ରୋପଣ, ଧରମପୁର ପଂଚାୟତ ରେ ବାବା କୁଶଳେଶ୍ୱର ମନ୍ଦିର ରେ ପୂଜାର୍ଚନା, ବ୍ରଜନାଥପୁର ପଂଚାୟତ ରେ ଅବସ୍ଥିତ ଗୋଡ଼ିବନ୍ଧ ମେଡିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି |ସମସ୍ତ 31 ଟି. ମଣ୍ଡଳ ରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *