Spread the love

ଅନୁଗୁଳ: ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ଜିନ୍ଦଲ ନଗରର ଇଡେନ୍ ଗାର୍ଡେନ୍‌ ପରିସରରେ ବାର୍ଷିକ ପ୍ରଦର୍ଶନୀ ଏକ୍ସପ୍ଲୋରାଇଜ୍ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ପ୍ରାୟ ୨୦୦ଟି ଅଭିନବ ଏବଂ ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ସାହିତ୍ୟ, ସାମାଜିକ ବିଜ୍ଞାନ, କଳା, କ୍ରୀଡା, ବ୍ରିଟିଶ୍ କାଉନସିଲ୍, ୟୁନେସ୍କୋ, ବାଣିଜ୍ୟ ଏବଂ କ୍ୟାରିୟର ପରାମର୍ଶ ସମେତ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଏବଂ ଉତ୍କର୍ଷତା ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଶିକ୍ଷକମାନଙ୍କ ତତ୍ୱାବଧାନ ଓ ମାର୍ଗଦର୍ଶନରେ ପ୍ରସ୍ତୁତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଶ୍ୱିନୀ କୁମାର ସାହୁଙ୍କ ସ୍ୱାଗତ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା, ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ମଧୁର ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହା ସହିତ ସ୍ୱାଗତ ନୃତ୍ୟ ଏବଂ ସ୍କୁଲ୍ ବ୍ୟାଣ୍ଡ୍ ଦ୍ୱାରା ବାଦ୍ୟ ପରିବେଷଣ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶକୁ ଅଧିକ ଆକର୍ଷଣୀୟ କରିଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କର୍ଣ୍ଣେଲ ସୁଦୀପ ମାଜୀ, ଉପ-ସଭାପତି ଓ ପ୍ରଶାସନ ମୁଖ୍ୟ, ଜିନ୍ଦଲ ଷ୍ଟିଲ୍, ଅନୁଗୁଳ ଯୋଗ ଦେଇ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ଭାବ ଏବଂ ପ୍ରଦର୍ଶନୀରେ ପ୍ରଦର୍ଶିତ ନୂତନ କୌଶଳକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ପ୍ରଦର୍ଶନୀର ବିଜେତା ଏବଂ ଓପିଜେଏସଏର ଯୁବ ଲେଖକ-ଲେଖିକାମାନଙ୍କୁ ସମ୍ମାନିତ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପ୍ରଦର୍ଶନୀ ପାଇଁ କାର୍ଯ୍ୟକ୍ରମ ସ୍ଥଳକୁ ଅତି ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଥିଲା, ଯାହା ‘ଏକ୍ସପ୍ଲୋରାଇଜ୍’ ୨୦୨୫ କୁ ଆହୁରି ସ୍ମରଣୀୟ ଏବଂ ପ୍ରେରଣାଦାୟକ ଉତ୍ସବ କରିଥିଲା।

Leave a Reply

Your email address will not be published. Required fields are marked *