ପାଳଲହଡ଼ା(ସୁବ୍ରତ ପଟ୍ଟନାୟକ): ସର୍ବଭାରତୀୟ ଫୁଟବଲ ଫେଡେରେସନ ସଭlପତି ତଥା ଭାରତୀୟ ଫୁଟ ବଲ ଟିମର କ୍ୟାପଟେନ୍ କଲ୍ୟାଣ ଚୋବେଙ୍କୁ ପାଳଲହଡlରେ ଭବ୍ୟ ସ୍ବାଗତ କରାଯାଇଛି। ପାଳଲହଡ଼ାକୁ ପ୍ରଥମ କରି AIFF ର ସଭାପତି ଗସ୍ତ ଖେଳାଳିଙ୍କ ମନରେ ଉତ୍ସାହ ଭାରି ଦେଇଛି। କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ଓ ଉଦ୍ୟମିତl ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ କାରଣରୁ ଆଜି ପାଳଲହାଡ଼ ଫୁଟବଲର ଉନ୍ନତି ପାଇଁ ଯୋଜନା ଆରମ୍ଭ ହୋଇଛି। ଆଦିବାସୀ କ୍ଳବ୍ ଓ ପାଳଲହଡା ଫୁଟବଲ କ୍ଳବ୍ ଦ୍ବlରl ଆୟୋଜିତ ଦିନିକିଆ ପ୍ରଶିକ୍ଷଣରେ ଶ୍ରୀ ଚୌବେ ଯୋଗଦେଇ ଖେଳାଳି ମାନଙ୍କ ସହିତ ଭାବ ବିନିମୟ କରି ଖେଳର ଉନ୍ନତି ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ମୋତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଠାଇଛନ୍ତି। ଖେଳାଳିମାନଙ୍କ ଉନ୍ନତି ସହିତ ଭଲ କୋଚ ଓ ରେଫରୀ ଓ ଜାତୀୟ ସ୍ତର ଖେଳାଳି ଚୟନ ଓ ଷ୍ଟାଡିୟମର ଭିତ୍ତି ଭୂମି ବୁଲି ଦେଖି ଥିଲେ। ପୂର୍ବତନ ଖେଳାଳିଙ୍କ ସହିତ ଆଲୋଚନା କରିଥିଲେ। ଅଲ୍ ଇଣ୍ଡିଆ ଟିମ୍ କୁ ପାଳ ଲିଙ୍ଗରାଜ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଚୌବେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ବିଜେପି ରାଜ୍ୟ କାର୍ଯକାରିଣୀ ସଦସ୍ୟ ଅଶୋକ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ କୁ ପ୍ରଶଂସା କରି ଜିଲ୍ଲାରେ ଫୁଟବଲର ଏନ୍ତୁଡ଼ିଶାଲ ପାଳଲହଡ଼l ଫୁଟବଲର ଉନ୍ନତି ପାଇଁ ନେଇଥିବା ପଦକ୍ଷେପ ଧନ୍ୟବାଦ ଜଣାଇଥିଲେ । ମଞ୍ଚ ରେ ପାଳଲହଡ଼ କପ୍ ସଭା ପତି ସୁଧା କପରଦାର, ବରିଷ୍ଟ ସାମ୍ବାଦିକ ରଘୁନନ୍ଦନ ଆଚାର୍ଯ୍ୟ, ସରପଞ୍ଚ ଶଶି ଭୂଷଣ ଆଚାର୍ଯ୍ୟ, ହୃଦାନନ୍ଦ ସାହୁ, ଆଥେଲେଟିକ ଆସୋସିଏସନ୍ ସମ୍ପାଦକ ନରେନ୍ଦ୍ର ଭୁକ୍ତା, ଈଶ୍ୱର ବେହେରl, ବସନ୍ତ ନାୟକ, ବିଷ୍ଣୁ ଦାସ, ପ୍ରଶାନ୍ତ ଦାସ, ପଞ୍ଚାନନ ସାହୁ ଗୌରୀ ହାଇବ, ବିକାଶ ନହରl, ଦେବାନ ମାଝୀ, ଭୀମ ସେନ ମାଝୀ ଫୁଟବଲ ଟିମ ଆଦିବାସୀ କ୍ଳବ୍, IKB ମାର୍ଶାଲ କ୍ଳବ୍ ଜୟ ଶ୍ରୀରାମ କ୍ଳବ୍ ପାଳଲହଡ଼lର ଖେଳାଳିମାନେ ଯୋଗ ଦେଇ ଥିଲେ।