ଅନୁଗୋଳ, (ସୁବ୍ରତ ପଟ୍ଟନାୟକ): ଓଡିଶା ଅଭିଭାବକ ମହାସଂଘ ଏକ ସାମ୍ବାଦିକ ସମ୍ବିଳନୀ ଅନୁଗୁଳଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଂଘ ପକ୍ଷରୁ କୁହାଯାଇଛି ଯେ ଶିକ୍ଷା ବିନା ପ୍ରଗତି ଅସମ୍ଭବ l ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକl ଓଡିଶା ଅଭିଭାବକ ଏହି କ୍ରମରେ ଚଳିତ ନିର୍ବାଚନରେ ସମସ୍ତ ପ୍ରାର୍ଥୀ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବlକୁ ସମସ୍ତ ରାଜନୈତିକ ଦଳ ତଥା ପଂଚାୟତ ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ନିବେଦନ କରିଛି l ଯେଉଁ ପ୍ରାର୍ଥୀମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ ବୋଲି ମହାସଂଘ ଜନସାଧାରଣଙ୍କ ନିକଟରେ ଅପିଲ କରିଛି l ମହାସଂଘ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଂ ନିବେଦନ କରିଛି ବୋଲି ସହ ଅଧକ୍ଷ୍ୟ ଶ୍ରୀ ପ୍ରସନ୍ନ ବିଷୋୟୀ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l