Spread the love

Odisha Banda: ଅନୁଗୋଳ: ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଓଡିଶା ବନ୍ଦ ଆଜି ଅନୁଗୋଳ ଜିଲ୍ଲାରେ ସମ୍ପୂର୍ଣ୍ଣ ସଫଳ ହୋଇଛି। ଅନୁଗୋଳ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, କାର୍ଯ୍ୟାଳୟ, ସମସ୍ତ ବ୍ୟାଙ୍କ, ଦୋକାନ, ବଜାର, ସ୍କୁଲ, କଲେଜ ଓ ଯାନ ବାହନ ସମ୍ପୂର୍ଣ୍ଣ ବନ୍ଦ ଥିଲା। ଅନୁଗୋଳବାସୀ ବନ୍ଦକୁ ପୂର୍ଣ୍ଣ ମାତ୍ରାରେ ସ୍ବତଃ ପ୍ରବୃତ୍ତ ଭାବରେ ସମର୍ଥନ କରି ଥିବାରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଖାଯାଇଛି । ଆଜି ସକାଳୁ ଯେଭଳି ଭାବେ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ଏକତ୍ର ହୋଇ ଏକ ମନ ଏକ ପ୍ରାଣ ଦେଇ ବନ୍ଦକୁ ସଫଳ କରିବା ପାଇଁ ଲାଗି ପଡିଥିଲେ, ତାହା ଅନୁଗୋଳବାସୀଙ୍କୁ ଆଗାମୀ ଦିନ ପାଇଁ ବିଶ୍ୱାସ ଦେଇଛି। ସକାଳୁ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ସମସ୍ତ କଂଗ୍ରେସ କର୍ମୀମାନେ ସମସ୍ତ ରାଜରାସ୍ତାରେ ପିକେଟିଙ୍ଗ ଆରମ୍ଭ କରିଥିଲେ। ଅନଗୋଳବାସୀଙ୍କ ସହଯୋଗ ଯୋଗୁଁ ଆଜି ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାର ସହ ହୋଇ ପାରିଛି। ଆଜିର ବନ୍ଦ କରିବାକୁ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ, ପିସିସି ଉପସଭାପତି ଶ୍ରୀମତୀ ସସ୍ମିତା ବେହେରା, ରାଜକିଶୋର ସାହୁ, ଗୋପାଳ ଚନ୍ଦ୍ର ନାଥ, ସନତ ପ୍ରଧାନ, ଭଜମନ ଦାସ, ପ୍ରକାଶ ପ୍ରଧାନ, ବନ ବିହାରୀ ପ୍ରଧାନ, ଗଗନ ପ୍ରଧାନ,ମାଣିକ୍ୟ ପ୍ରଭା, ଉମେଶ ସାହୁ, ଅମୀୟ ମିଶ୍ର, ତପନ ପ୍ରଧାନ, ଲୋକନାଥ ସାହୁ, ସହଦେବ ବେହେରା, ପିଣ୍ଟୁ ପ୍ରଧାନ, ସାହିଲ ପ୍ରଧାନ, ପ୍ରମୋଦ ସାହୁ, ଚିତ୍ତରଞ୍ଜନ ନାଏକ, ବାସୁଦେବ ସାମଲ, ବନ୍ଦେଶ ମହାରଣା, ଜୟନ୍ତ ସାହୁ, ପରେଶ ଜେନା, ସୌମେନ୍ଦ୍ର ଦେହୁରୀ, ରାକେଶ ସାହୁ, ଯଦୁନାଥ ବେହେରା, ସୁବ୍ରତ ଗଡନାୟକ, ଜିତେନ୍ଦ୍ର ସାହୁ, ପ୍ରଶାନ୍ତ ବିଶ୍ବାଳ, ସରୋଜ ପ୍ରଧାନ, ସୁର୍ଯମଣୀ ସାହୁ, ସୁଦୀପ ମିଶ୍ର, ପାର୍ଥବୀର ବେହେରା, ସୁଦୀପ ମିଶ୍ର, ଅରୁପ ସାମଲ, ବଲବୀର ସିଂହ, କମ୍ଭୁନାଥ ଦେହୁରୀ, ଅଳକା ମହାପାତ୍ର, ଧିର ଗଡନାୟକ, ନିଗମ ସିଂ, ପ୍ରମୋଦ ସାହୁ, ନିଳକଣ୍ଠ ନାଏକ, କୁନା ପୃଷ୍ଟି, ପ୍ରମୁଖ ଶତାଧିକ ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରି ବନ୍ଦକୁ ସଫଳ କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *