Spread the love

Angul News: ଅନଗୋଳ: ଏନ. ଟି. ପି. ସି.-ତାଳଚେର ଥର୍ମାଲ ରେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା (660×2)ମେଗା ୱାଟ ଶକ୍ତି ପ୍ରକଳ୍ପ ର ପ୍ରଥମ ୟୁନିଟ ଆସନ୍ତା ସେପ୍ଟେମ୍ବର ୨୦୨୭ରେ କାର୍ଯ୍ୟକ୍ଷମ ହେବ। ଦ୍ଵିତୀୟ ୟୁନିଟ ଡ଼ିସେମ୍ବର ୨୦୨୭ରେ ଉତ୍ପାଦନ ଆରମ୍ଭ କରିବ। ଆଜି ଏକ ସାମ୍ବାଦିକ ସଂମ୍ମିଳନୀ ରେ ଏ ବିଷୟ ପ୍ରକାଶ କରିଛନ୍ତି, ପ୍ରକଳ୍ପ ମୁଖ୍ୟ ଶ୍ରୀ ବିଜୟ ଚାନ୍ଦ।

ପ୍ରକଳ୍ପ ର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଆମେ ଦୃଢ ନିଶ୍ଚିତ ଯେ ଏନ. ଟି. ପି. ସି. ଏଥିରେ ସଫଳ ହେବ। ଶକ୍ତି ଉତ୍ପାଦନ ବ୍ୟତୀତ, ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିପାର୍ଶ୍ୱିକ ଗ୍ରାମାଞ୍ଚଳର ଉର୍ନ୍ନତି ଏହା ସହ ଜଡିତ। ଏହି ପ୍ରକଳ୍ପ ରୁ ଉତ୍ପାଦିତ ଶକ୍ତିର ୫୦ ପ୍ରତିଶତ ଓଡିଶା ରାଜ୍ୟ ଓ ଅନ୍ୟ ରାଜ୍ୟ ଗୁଜୁରାଟ, ଆସାମ ଓ ତାମିଲନାଡୁ ପ୍ରଭୂତି ବଳକା ଶକ୍ତି ନେବେ।
ପରିବେଶ ସୁରକ୍ଷା ନିମିତ୍ତ ୯୦ ହଜାର ବୃକ୍ଷ ରୋପଣ କରାଯିବାର ସ୍ଥିର ହୋଇଛି। ଯାହା ରାଜ୍ୟ ବନ ନିଗମ ଦ୍ୱାରା କରାଯିବ। ସ୍ଥାନୀୟ ଯୁବାବର୍ଗଙ୍କୁ କର୍ମ ନିଯୁକ୍ତି ର ଅପାର ସୁଯୋଗ ସୃଷ୍ଟି କରାଯାଉଛି।

ଏନ. ଟି. ପି. ସି. ସର୍ବଦା ନିଜ ଲକ୍ଷ୍ୟରେ ଅଟଳ ଓ ସାମାଜିକ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ଚାନ୍ଦ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଅତ୍ୟନ୍ତ ଉଚ୍ଚ ମାନଙ୍କ ଓ ଏଥିରେ ପ୍ରଦୂଷଣ ଶୂନ୍ୟ ଅଟେ। ଓଡିଶା ପାଇଁ ଏହା ଏକ ନୂଆ ମାଇଲ ଖୁଣ୍ଟ ସୃଷ୍ଟି କରିବ ଏବଂ ଦେଶ ପାଇଁ ଶିଳ୍ପ ପ୍ରଗତି ର ନୂଆ ସୂଚକାଙ୍କ ବୋଲି ଶ୍ରୀ ବିଜୟ ଚାନ୍ଦ ପ୍ରକାଶ କରଛନ୍ତି।

Leave a Reply

Your email address will not be published. Required fields are marked *