Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଗଣ୍ଡର ବଲଦମରାଠାରେ ଦୀର୍ଘ ବର୍ଷର ବ୍ୟବଧାନ ବିଶେଷ ଭାବେ ଏକ ବର୍ଷ ର ଅନ୍ତରାଳେ ଜନ୍ମ ପ୍ରାକୃତିକ ପରିବେଶ ରେ ଜନ୍ମ ନେଇଥିବା ଘଡ଼ିଆଳ ଶାବକ ଏବେ ସୁସ୍ତ ରହିଛନ୍ତି । ମା ଘଡ଼ିଆଳ ନିକଟରେ ମହାନଦୀ ଜଳ ରାଶି ରେ ସେମାନେ ରହିଥିବା ର ଏକ ସଦ୍ୟତମ ଭିଡିଓ ଜାରି କରିଛି ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ । ଉଭୟ ଦିବା ଓ ରାତ୍ର ସମୟରେ ସିସିଟିଭି ରେ କଏଦ ଏହି ଶାବକ ମାନଙ୍କର ଗତିବିଧି ବେଶ ରୁଚିକର ହୋଇଛି । ସୂଚନା ଅନୁଯାୟୀ ପ୍ରାୟ ଏକ ବର୍ଷ ର ବ୍ୟବଧାନ ପରେ କୃତ୍ରିମ ନୁହେଁ ବରଂ ପ୍ରାକୃତିକ ପରିବେଶ ରେ ଜନ୍ମ ନେଇଛନ୍ତି ପ୍ରାୟ ୩୦ ଗୋଟି ଘଡ଼ିଆଳ ଶାବକ । ଏହି ରୋଚକ ତଥା ଏଇତିହାସିକ ଘଟଣା ଘଟିଛି ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ ର ମହାନଦୀ ଅଵବାହିକା ର ବଳଦମରା ଠାରେ । ପ୍ରାୟ ୪୫ ରୁ ୫୦ ବର୍ଷ ର ବ୍ୟବଧାନ ପରେ ସଂଗଠିତ ଏଭଳି ଏକ ଘଟଣା କୁ ନେଇ ବେଶ ଉତ୍ସହିତ ବନ ବିଭାଗ । ତେବେ ଏସବୁ ଶାବକ ମାନଙ୍କୁ ସୁରକ୍ଷିତ ରଖିବା ବନ ବିଭାଗ ପାଇଁ ନିଶ୍ଚିତ ପକ୍ଷେ ଏକଚାଲେଞ୍ଜ ସୃଷ୍ଟି କରିଛି । ଶାବକ ଗୁଡ଼ିକ ର ଗତିବିଧି କୁ ସିସିଟିଭି କ୍ୟାମେରା ରେ ନଜର ରଖାଯିବା ସହ ସମ୍ପୃକ୍ତ ବଳଦମରା ଅଞ୍ଚଳରେ ଯେଭଳି କୌଣସି କୋଳାହଳ ନେହବ ଓ ସେଠାକୁ କୌଣସି ବ୍ୟକ୍ତି ଙ୍କ ର ଯେପରି ଚଳ ପ୍ରଚଳ ନ ହୋଇପାରେ ସେ ନେଇ ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ମାଛ ମରା ଉପରେ ରୋକ ଲଗାଯାଇଥିବା ବେଳେ ତାହା ଅଦ୍ୟାବଧି ବଳବତର ରହିଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ର ଡ଼ିଏଫଓ ସରୋଜ ପଣ୍ଡା କହିଛନ୍ତି । ସୂଚନା ଅନୁଯାୟୀ ପ୍ରାୟ ଏକ ବର୍ଷ ତଳେ ଅନୁରୂପ ଭାବେ ଦୀର୍ଘ ବର୍ଷ ର ବ୍ୟବଧାନ ପରେ ପ୍ରାକୃତିକ ପରିବେଶ ରେ ପ୍ରାୟ ୨୮ ଗୋଟି ଘଡ଼ିଆଳ ଶାବକ ଜନ୍ମ ନେଇଥିଲେ । ତେବେ ଉପଯୁକ୍ତ ରକ୍ଷନାବ୍ୟଖାନା ଅଭାବ ରୁ ପ୍ରାୟ ୨୫ ଟି ଶାବକ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଟି ଶାବକ ଙ୍କୁ ପୁରୀ କେନାଲ ରୁ ଉଦ୍ଧାର କରାଯାଇ ପରେ ନନ୍ଦନକାନନ ରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *