Angul News: ଆଜି ଭାରତୀୟ ମଜଦୂର ସଂଘ ସହବନ୍ଧିତ ପର୍ଯ୍ୟବରଣ ମଂଚ,ଅନୁଗୁଳ ଜିଲ୍ଲା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଡେରା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ତାଳଚେର ଉପ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ତ୍ରିପାଠୀ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମାନସ ରଞ୍ଜନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘ ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁରଭି ସ୍ବାଇଁ,ପର୍ଯ୍ୟାବରଣ ମଂଚ ର ପ୍ରାନ୍ତୀୟ ସଂଯୋଜକ ଶ୍ରୀ ଶ୍ରୀନିବାସ ଖୁଣ୍ଟିଆ ଏବଂ ଜିଲ୍ଲା ସଂଯୋଜକ ବରିଷ୍ଠ ଆଇନଜୀବୀ ଶ୍ରୀ ବାଉରୀ ବନ୍ଧୁ ବେଜ ଉପସ୍ଥିତ ରହି ପର୍ଯ୍ୟାବରଣ ଦିବସ ର ମହତ୍ଵ ବିଷୟରେ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ଏକ ସଂଗୋଷ୍ଠୀ ର ଆୟୋଜନ କରା ଯାଇ ସମସ୍ତଙ୍କୁ ସଚେତନ କରା ଯାଇଥିଲା ଏବଂ ସମସ୍ତଙ୍କ ସହଯୋଗ ରେ ପ୍ରାୟ 500 ଟି ବୃକ୍ଷ ରୋପଣ କରାଯାଇଥିଲା।ଏହି ସଂଗୋଷ୍ଠୀ ରେ ସ୍ଥାନୀୟ ସମାଜସେବୀ ବନ୍ଧୁମାନେ, ସିକ୍ୟୁରିଟି ଭାଇ ମାନେ ମଧ୍ୟ ଉପସ୍ଥିତ ଥିଲେ।
ଏତଦ୍ ବ୍ୟତୀତ ଅନୁଗୁଳ ଜିଲ୍ଲାର ବିଭିନ୍ନ ପଞ୍ଜିକୃତ ୟୁନିୟନ ଯଥା,ଆଲୁମିନିୟମ ମଜଦୂର ସଂଘ,ତାଳଚେର କୋଇଲା ଖଣି ମଜଦୂର ସଂଘ, ଏନ ଟି ପି ସି ବିଦ୍ୟୁତ କର୍ମଚାରୀ ସଂଘ,ତାଳଚେର ଶିଳ୍ପାଞ୍ଚଳ ମଜଦୂର ସଂଘ,ସିକ୍ୟୁରିଟି ସଂଘ ର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା 10 ହଜାର ବୃକ୍ଷ ରୋପଣ କରା ଯାଇଥିଲା। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶ୍ରୀ ମାୟାଧର ସାହୁ ଏବଂ ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଅଜୟ କୁମାର ପାଢୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା।