ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋରେ ଠିକା ମଜଦୂର ସଂଘ ତରଫରୁ ପାଞ୍ଚ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ଧାରଣା । ଅନୁଗୁଳ ଜିଲା ସ୍ମେଲଟର ଗେଟ ସମ୍ମୁଖରେ ରେ ଏହି ଧାରଣା ଦେଇଛନ୍ତି ଶ୍ରମିକ ମାନେ । ସେମାନଙ୍କ ର ଦାବି ଗୁଡିକ ମଧ୍ୟରେ କ୍ୟାଣ୍ଟିନି ବାବଦକୁ ଦିଆ ଯାଉଥିବା ଟଙ୍କା କୁ ବୃଦ୍ଧି କରିବା ।ଅବସର କାଳୀନ ପ୍ରୋତ୍ସାହିତ ରାଶି 60 ବର୍ଷ ପରେ ଲାଗୁ କରିବା । ଶ୍ରମିକ ମାନଙ୍କ ପୋଦନ୍ନତି କରାଯାଇ ସଠିକ ସ୍ଥାନରେ ନିଯୁକ୍ତି ଦିଆଯିବା । ନାଲକୋ ରେ ଶ୍ରମିକ ମାନେ ବିଭିନ୍ନ ପ୍ରକାର ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ସେହି କାର୍ଯ୍ୟ ପାଇଁ ଭତ୍ତା ର ବ୍ୟବସ୍ଥା କରିବା । ପୁନଃ ଥଇଥାନ ର ବ୍ୟବସ୍ଥା କରାଯାଇ ଯେଉଁ ମାନେ ନାଲକୋ ରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି ଅବସର ପରେ ସେହି ପରିବାର ର ଜଣକୁ ସେହି ସ୍ଥାନରେ ନିଯୁକ୍ତି ଆଦି ଦାବି ଗୁଡିକୁ ଉପସ୍ଥାପନ କରି ଆଜି ଧାରଣା ଦେଇଥିବା ଜଣା ପଡ଼ିଛି । ସଂଘ ର କହିବା କଥା ସେ ଏହି ଦାବି ଗୁଡିକୁ ଦୀର୍ଘ 2 ବର୍ଷ ହେବ ଲିଖିତ ଭାବରେ ଉପସ୍ଥାପନ କରିଥିଲେ ମଧ୍ୟ ନାଲକୋ ଏହାକୁ କର୍ଣ୍ଣପାତ କରୁ ନଥିବା ରୁ ଆଜି ଠାରୁ ଦୁଇ ଦିନିଆ ଧାରଣ ଶ୍ରମିକ ସଂଗଠନ ତରଫରୁ ଦିଆଯାଇଛି ।