Spread the love

ନୂଆଦିଲ୍ଲୀ: ସଫଳ ହୋଇଛି ଅନୁଗୋଳ ଜିଲା ପୋଲିସ ର ଅପରେସନ “COCOON” । ଅନୁଗୋଳ ଜିଲାର ବହୁ ଚର୍ଚ୍ଚିତ ସୁଭଦ୍ରା ପଦିଲ ଦୁଷ୍କର୍ମ ଓ ହତ୍ୟା ଘଟଣା ର ମୁଖ୍ୟ ଅଭିଯୁକ୍ତ ବିଶୁ ଗୋଛାୟାତକୁ ଧରିବାରେ ସଫଳ ହୋଇଛି ଅନୁଗୋଳ ପୋଲିସ।ଯାହାକୁ ଧରିବା ପାଇଁ ପୋଲିସ କୁ 12 ଦିନ ସମୟ ଲାଗିଥିଲା। ଶେଷରେ ପୋଲିସ ଟିମ ମହାରାଷ୍ଟ୍ର ର ରାୟଗଡ ଜିଲ୍ଲାରୁ ବିଶୁ କୁ ଗିରଫ କରିବାରେ ସଫଳ ହୋଇଛି।ବିଶୁ ପୋଲିସ ଆଗରେ ସୁଭଦ୍ରା ଙ୍କୁ ଷ୍ଟେସନ ନେଇ ନିଛାଟିଆ ଜଙ୍ଗଲ ରେ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ଓ ହତ୍ୟା କରିବା ପରେ ପୁଣି ଦୁଷ୍କର୍ମ କରିଥିବା କହିଛି। ଯାହାକୁ ଧରିବା ପାଇଁ ଅନୁଗୋଳ SP ଙ୍କ ସହ ଦୁଇ ଜଣ ଅତିରିକ୍ତ SP ଓ ଜଣେ DSP 4 ଜଣ ଇନ୍ସପେକ୍ଟର 10 ରୁ ଅଧିକ ଅନ୍ୟ ଅଧିକାରୀ ନିୟୋଜିତ ହୋଇଥିଲେ। 100ରୁ ଅଧିକ CCTV ଫୁଟେଜ କୁ ଆଧାର କରି ଅଭିଯୁକ୍ତ ବିଶୁ ପୋଲିସ ଗିରଫ କରିଥିବା ଅନୁଗୋଳ SP ରାହୁଲ ଜୈନ ସୂଚନା ଦେଇଛନ୍ତି। SP ଙ୍କ ସୂଚନା ମୁତାବକ ଏହି ଗତ ମାସ 26 ତାରିଖରେ ଗତ ୨୬ ତାରିଖ ଦିନ କଣିହାଁ ଥାନା ଅନ୍ତର୍ଗତ ଲୁଧାଝରି ଗାଁର ସୁଭଦ୍ରା ପଦୀଲ ଭୁବନେଶ୍ୱର ଯିବା ପାଇଁ ତାଳଚେର ଷ୍ଟେସନ ଆସଥିଲା।। ସେଠାରେ ଟ୍ରେନ ବାତିଲ ହେବା ନେଇ ଜାଣିବାପରେ ଏକ ଅଟୋ ମାଧ୍ୟମରେ ତାଳଚେର ରୋଡ଼ ଷ୍ଟେସନକୁ ଯାଇଥିବା ବେଳେ ଏହି ଅଟୋ ଚାଳକ ଶିବୁ ତାକୁ ସେଠାରୁ ନେଇ ଅଟୋରେ ନେଇ ଯିବା ପରେ ରାସ୍ତାରେ ଏଭଳି କାଣ୍ଡ ଭିଆଇ ଫେରାର ହୋଇଥିଲା। ସେତେବେଳେ ରେଳବାଇ ଫାଣ୍ଡିରେ ଝିଅ ନିଖୋଜ ହେବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣା ର 5 ଦିନ ପରେ ତାଳଚେର ରୋଡ଼ ଷ୍ଟେସନ ପାଖାପାଖି ଭୋଗ ବେରିଣୀ ପଞ୍ଚାୟତ କେନ୍ଦୁପଲ୍ଲୀ ଗାଁ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଛି । ରେଳବାଇ ପୋଲିସ ଅଟୋକୁ ଜବତ କରିଥିବା ବେଳେ ଅଟୋ ଡ୍ରାଇଭର ଫେରାର ଥିବା ଜଣା ପଡିଥିଲା । ଅଭିଯୁକ୍ତ ଶିବୁ ବିରୁଦ୍ଧରେ ଆଗରୁ ଦୁଷ୍କର୍ମ ଭଳି ଅପରାଧ ଥିବା ବେଳେ ତାକୁ ଫେରାର କରାଇବା ରେ ସାହାଯ୍ୟ କରିଥିବା ତାର 3 ସମ୍ପର୍କୀୟ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *