Angul News: ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ମାନଙ୍କ ବାସସ୍ଥାନ ଓ ସମସ୍ତ ଙ୍କ ଘରୁ ଅମୃତ କଳସ ରେ ଭବ୍ୟ ପରିବେଶରେ ବୀର ମାଟି ସଂଗ୍ରହ କରାଯାଇ ଦିଲ୍ଲୀରେ ଅମୃତ ବାଟିକା ସ୍ଥାପନ କରାଯିବ ଏଥିପାଇଁ ସମସ୍ତ ଗ୍ରାମ ସହର ବୁଲି ମାଟି ସଂଗ୍ରହ ଚାଲିଛି ବୋଲି ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି।ଶନିବାର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ଅମୃତ କଳସ ଯାତ୍ରା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ର ସାତକୋଶିଆ ମଣ୍ଡଳ ର ଜଗନ୍ନାଥପୁର ପଂଚାୟତ ର ଜଗନ୍ନାଥ ପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରୀ ପ୍ରଧାନ ଏଥିରେ ସାମିଲ ହୋଇ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ତଥା ଭାରତକୁ ବିଶ୍ୱଗୁରୁ କରିବା ପାଇଁ ପ୍ରୟାସ ବୋଲି ପ୍ରକାଶ କରିଛନ୍ତି। ଗ୍ରାମ ମନ୍ଦିର ରେ ପୂଜାର୍ଚ୍ଚନା କରାଯିବା ପରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥିଲା। ନାରୀନେତ୍ରୀ ଝୁନୁଵାଲା ପ୍ରଧାନ, ଓ ସ୍ଥାନୀୟ ସରପଞ୍ଚ ବନିତା ମହାଳିକ ଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ କପିଳ ପ୍ରଧାନ ଙ୍କ ଘରୁ ମାଟି ସଂଗ୍ରହ କରାଯିବା ସହ ତାଙ୍କର ପରିବାର ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଭବ୍ୟ ପରିବେଶରେ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏହି ଅମୃତ କଳସ ଯାତ୍ରାରେ ଘରକୁ ଘର ଯାଇ ମାଟି ଆଣିଥିଲେ।ସଂକୀର୍ତ୍ତନ ମଣ୍ଡଳୀ, ମହିଳା ସଙ୍ଘ, ଯୁବକ ସଙ୍ଘ, ବିଭିନ୍ନ ଅନୁଷ୍ଠାନ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲା ସଂଯୋଜକ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷ ରାୟ, ବିଶ୍ୱଜିତ ମିଶ୍ର, ଅନନ୍ତ ବାସୁଦେବ ମହାନ୍ତି, ଶରତ ଚନ୍ଦ୍ର ପ୍ରଧାନ,ସରୋଜ କାନ୍ତ ଜେନା, ସରପଞ୍ଚ ଜଗବନ୍ଧୁ ସାହୁ ଙ୍କ ସମେତ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଭବ୍ୟ ବାତାବରଣ ମଧ୍ୟରେ ଯାତ୍ରାରେ ଉପସ୍ଥିତ ଥିଲେ।