Spread the love

ଅନୁଗୋଳ: ଅନୁଗୁଳ ବାସୀ ଙ୍କ ପାଇଁ ଖୁସି ଖବର । ପୁଣି ରେଳ ଟ୍ରାକ ରେ ଗଡ଼ିବ ଅନୁଗୁଳ ପୁରୀ ମେମୁ ଟ୍ରେନ । ଦୀର୍ଘ ଦିନ ଧରି ରେଳ ଟ୍ରାକ କାର୍ଯ୍ୟ ତ୍ଵରାନ୍ବିତ ହେବା ସହ ଅନ୍ୟ କେତେକ କାରଣ ଯୋଗୁଁ ମେମୁ ଟ୍ରେନ ବନ୍ଦ ରହିଥିଲା ।
ତେବେ ଆଜି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଅର୍ଥନୈତିକ ଅବରୋଧ ଡାକରା ଦିଆଯିବା ପରେ ସ୍ଥାନୀୟ ଏଡିଆର ଏମ ଘଟଣା ସ୍ଥଳ କୁ ଆସି ଏହି ଶୁଭ ଖବର ଦେଇଛନ୍ତି ।
ସେପଟେ ସମ୍ପୃକ୍ତ ମେମୁ ଟ୍ରେନ କୁ ପୁନଃ ଚାଲୁ କରିବା ପାଇଁ ପୂର୍ବରୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିବା ବେଳେ ଏହି ମର୍ମରେ ଆଜି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଥିଲା ।
ଫଳରେ ଆଜି ଅନୁଗୁଳ ରେଳ ଷ୍ଟେସନ ଠାରେ ମାଲ ଗାଡି ଗୁଡିକୁ ଅଟକାଇ ପ୍ରତିବାଦ ଉଦ୍ୟମ ବେଳେ ପୋଲିସ ଆନ୍ଦୋଳନକାରୀ ଙ୍କୁ ଅଟକାଇ ଥିଲା । ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଚାପା ଉତେଜନା ଦେଖାଦେଇଥିଲା ।
ପରେ ଆନ୍ଦୋଳନ କାରୀ ମାନେ ଅନ୍ୟତ୍ର ଯାଇ ରେଳ ଫାଟକ ନିକଟରେ ଆନ୍ଦୋଳନ କରିଥିଲେ ।
ଦୀର୍ଘ ସମୟ ଧରି ଉକ୍ତ ସ୍ଥାନରେ ପ୍ରତିବାଦ କରିବା ପରେ ରେଳ ବିଭାଗୀୟ ଅଧିକାରୀ ମାନେ ମେମୁ ଟ୍ରେନ ଚଳାଚଳ ଉପରେ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାଛଡା ଏସୟୁସିଆଇ କମ୍ୟୁନିଷ୍ଟ ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦାବି ମଧ୍ୟରୁ ସମ୍ବଲପୁର ପୁରୀ ଇଣ୍ଟରସିଟି ଟ୍ରେନ ଚଳାଚଳ ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ଆନ୍ଦୋଳନକାରୀ ଙ୍କୁ ସୂଚନା ଦେଇଥିବା ପ୍ରକାଶ ।

Leave a Reply

Your email address will not be published. Required fields are marked *