Spread the love

Angul News: ଅନୁଗୋଳ ଓକିଲ ସଂଘ ପକ୍ଷରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ। ମଧୁବାବୁ ଆଇନ ବୃତ୍ତିର ଆଦିପୁରୁଷ। ମଧୁବାବୁ ବହୁମୁଖି ପ୍ରତିଭାର ମୂର୍ତ୍ତିବନ୍ତ ପ୍ରତୀକ -ଆଇନ ମନ୍ତ୍ରୀ। ଆଇନଜୀବୀଙ୍କ ସାମାଜିକ ସୁରକ୍ଷାର ଆବଶ୍ୟକତା ଅଛି -ରାଜସ୍ବ ମନ୍ତ୍ରୀ। ଅନୁଗୋଳ – ଅନୁଗୋଳ ଓକିଲ ସଂଘ ପକ୍ଷରୁ ଆଜି ୧୭୭ ତମ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ସ୍ଥାନୀୟ ସଭାଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ଅଧକ୍ଷ ତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି, ରାଜ୍ୟ ରାଜସ୍ବ ଓ ପ୍ରାକୃତିକ ବିପର୍ଯୟ ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱତନ୍ତ୍ର ସମ୍ମାନିତ ଅତିଥି, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟବକ୍ତା, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ପାଲଲହଡା ବିଧାୟକ ସମ୍ମାନିତ ଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଆଇନ ମନ୍ତୀ ପୃଥ୍ଵୀରାଜ ହରିଚନ୍ଦନ ତାଙ୍କ ଭାଷଣରେ ମଧୁବାବୁ ଆଇନ ବୃତ୍ତିର ଆଦିପୁରୁଷ ଓ ବହୁମୂଖି ପ୍ରତିଭାର ମୂର୍ତ୍ତିବନ୍ତ ପ୍ରତୀକ କହିବା ସହିତ ଆଇନଜୀବୀ ମାନେ ମଧୁବାବୁଙ୍କ ଦର୍ଶନକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଇନ ମନ୍ତ୍ରୀ କହିଲେ ଯେ ରାଜ୍ୟରେ ଅତିଶୀଘ୍ର ୩୧୪ ଟି କୋର୍ଟ, ୫ ଟି ଫାଷ୍ଟଟ୍ରାକ ମହିଳା କୋର୍ଟ, ସମସ୍ତ କୋର୍ଟରେ ଇ -ଲାଇବ୍ରେରୀ ପ୍ରତିଷ୍ଠା, ଲୟର୍ସ ଏକାଡେମୀ ପ୍ରତିଷ୍ଠା କରାଯିବ ଓ ଆଡ଼ଭୋକେଟ ୱେଲଫାୟାର ଫଣ୍ଡ ୧୦ କୋଟିରୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବା ସହିତ ଆଇନଜୀବୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିବା ପାଇଁ ଆଲୋଚନା ଚାଲିଛି ବୋଲି କହିଥିଲେ। ସ୍ୱତନ୍ତ୍ର ସମ୍ମାନିତ ଅତିଥି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ଭାଷଣରେ ଓକିଲାତି କରିବା ବହୁତ କଷ୍ଟ କହିବା ସହିତ ଆଇନଜୀବୀଙ୍କ ସାମାଜିକ ସୁରକ୍ଷାର ଆବଶ୍ୟକତା ଅଛି ଓ ଅନୁଗୋଳ ଜିଲ୍ଲାରେ ଶିଳ୍ପ ଜନିତ ଥଇଥାନର ସମାଧାନ, ପ୍ରଦୂଷଣ ସମସ୍ୟା, ଛକବନ୍ଦି ସମସ୍ୟାର ସମାଧାନ ଅତିଶୀଘ୍ର କରାଯିବ ବୋଲି କହିଥିଲେ।

ମୁଖ୍ୟବକ୍ତା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମଧୁବାବୁଙ୍କ ଜୀବନୀ ଉପରେ ବିକ୍ଷିପ୍ତ ଭାଷଣ ଦେବା ସହିତ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଇନଜୀବୀଙ୍କ ଦାବି ଥିବା କ୍ୟାଣ୍ଟିନ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ପାଇଁ ଆଇନ ମନ୍ତ୍ରୀ ଅନୁମୋଦନ କରିବେ ବୋଲି ପ୍ରକାଶ କରିଥିଲେ। ଅତିଥି ମାନେ ମଞ୍ଚରେ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସାହୁଙ୍କ ସମ୍ପାଦନରେ ପ୍ରସ୍ତୁତ ସ୍ମରଣିକା ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ମାନେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, ପରମାନନ୍ଦ ମିଶ୍ର, ସୁରେଶ ମିଶ୍ର, ଜଗତା ମୋହନ ଦାସ, ବୈକୁଣ୍ଠ ପ୍ରଧାନ, ସୁବାସ ସାହୁ, ବିଭୁତି ଦାସ, ଶ୍ରୀକାନ୍ତ ଗଡ଼ନାୟକ, ସନ୍ତୋଷ ମହାପାତ୍ର ଓ ବିପ୍ର ଚରଣ ତ୍ରିପାଠୀ ପ୍ରମୁଖ ସମ୍ଭର୍ଦ୍ଧତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ପ୍ରତାପ କୁମାର ନାଏକ, ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ, ସହସମ୍ପାଦକ ପୁରୁଷୋତ୍ତମ ନାୟକ, କୋଷାଧକ୍ଷ ପ୍ରଦୀପ କୁମାର ସେଠୀ ଓ ସାଂସ୍କୃତିକ ସମ୍ପାଦକ ଜ୍ୟୋସ୍ନାମୟୀ ସାହୁ ମଞ୍ଚାସିନ ଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଭବାନୀ ପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ମିଶ୍ର, ଭାସ୍କର ବେହେରା, ଉଦୟ ଶଙ୍କର ମିଶ୍ର, ଦ୍ୱାରିକା ପ୍ରସାଦ ନନ୍ଦ, ଗୋପାଳ ଚନ୍ଦ୍ର ନାଥ, ପ୍ରଦୀପ ଦେବତା, ସୋମନାଥ ରାଉତ, ଅର୍ଜୁନ ମୁଦୁଲିଙ୍କ ସମେତ ଶତାଧିକ ଆଇନଜୀବୀ ମାନେ ଉପସ୍ଥିତ ଥିଲେ। ଆଇନଜୀବୀ ସଞ୍ଜୟ କୁମାର ସାହୁ ଓ ବିନୋଦ କୁମାର ସାମଲ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଆଇନଜୀବୀ ଓ ସେମାନଙ୍କର ପରିବାର ପକ୍ଷରୁ ସଂଗୀତ ଓ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଓ ମେଲୋଡି ପରିବେଷଣ କରାଯାଇଥିଲା। ଆଇନଜୀବୀ ପାର୍ଥସାରଥୀ ପ୍ରଧାନ, ଆଶୀର୍ବାଦ ସାହୁ, ସୌରଭ ମହାନ୍ତି,ଦିବ୍ୟ ଦର୍ଶୀ ବଳିୟାରସିଂ ପ୍ରେମାନନ୍ଦ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *